STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ଭାଇ ବୋଉକୁ କହିବୁ

ଭାଇ ବୋଉକୁ କହିବୁ

1 min
238

ପଳାସ ଫୁଲ ଦିଶେ କେଡେ ମନହର

ଦିଅଁଙ୍କ ପାଖରେ ପାଏନା ଆଦର

ନିଳ ପୋଖରିରେ ପଦ୍ମ କଇଁ

ଲକ୍ଷ୍ମୀ ଠାକୁରାଣିଙ୍କ ଆଦର ସେଇଥି ପାଇଁ ା

ଦୁନିଆ ନିୟମ ଭାଇ ବଡ ବିଚିତ୍ର

କାଳିଆ ଦେଖୁଛି ସମସ୍ତଙ୍କ ଚିତ୍ର ା

ଅଳ୍ପଦିନ ପାଇଁ ଅଭିନୟ କରେ

ଯଶ ଅର୍ଜିଥାଏ ସେ ଜଗତରେ ା

ଅଳ୍ପଦିନରେ ମୁଁ ବାହୁଡି ଗଲି

ବୋଉର ମନରୁ ଯିବୁନି ଭୁଲି

ଏଇତ କଳିକାଳ ବିଚିତ୍ର ନିତି

ଭଲ ଲୋକଙ୍କୁ ଠାକୁର ଡାକି ନିଅନ୍ତି

ଉପରୁ ରି ମୁଁ ସବୁ ଦେଖୁଛି

ମୋର ପରିବାର ଭାଇ ତତେ ଲାଗିଛି

ସବୁ ମତେ ଏବେ ଝୁରି ହୁଅନ୍ତି

ତଳେ ଥିଲେ କଣ ଖୁସି ହୁଅନ୍ତି ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy