ନୀରବ ରାତି
ନୀରବ ରାତି
ନୀରବ ରାତି.......... କାନ୍ଦୁଛି ଗୁମରି ଗୁମରି
ଲାଗେ ଭାରି ଏକା ଏକା..... ସବୁ ପୁଣି ଝାପ୍ସା ଝାପ୍ସା ,
ତନ୍ଦ୍ରା ଭରା ରଜନୀ............ ପ୍ରିୟା ମୋର ଅଭିମାନିନୀ
ରାତି ସାରା ଜମା ଶୋଇନି ।
ପ୍ରିୟା ପାଇଁ ମୋର ପ୍ରତୀକ୍ଷା.......... ଆଜି ବି କରିଛି ଅପେକ୍ଷା
ହଁ, ଆସିବ ନିଶ୍ଚେ ଆସିବ........ ଦେଇଥିଲ କଥା ସେଦିନ
ମୋ ପାଖେ ବସିବ........ ମିଠା ମିଠା କଥା କହିବ
ସ୍ବପ୍ନ ର ତାଜ୍ ମହଲ ଗଢ଼ିବା ।
ଚାନ୍ଦ ଦୁରୁ ଆକାଶୁ ଚାହିଁଛି..... ତାରା ଆଖି ମିଟିକା ମାରୁଚି ,
ହେଲେ ଇଏ କଣ.....ଆକାଶ ରେ କଳା ବାଦଲ ଢାଙ୍କି ଦେଲା,
ଅସରାଏ ବରଷା ଭିଜେଇ ଦେଲା ମୋ କ୍ଷତାକ୍ତ ଦେହ ମନ କୁ।
ବରଷା ଭିଜା ରାତି.........ପ୍ରିୟା କୁ ମୋର ମାଡ଼ିବ ଡର
କେମିତି ଆସିବ ଯେ...........ଆଜି ନ ହେଲେ କାଲି ହେବ ଦେଖା
ମୁଁ ନିଶା ଗର୍ଜା ରାତି ,ମୋର ଅନ୍ଧକାରେ ରାଜୁତି ।
ରଖିଛି ସିନ୍ଦୂର ସାଇତି...... ଆଉ ମଥା ରେ ଦେବା ପାଇଁ ପାଟ ଓଢଣୀ ।
ସାଜିବି ମୁଁ ରାଜା ଆଉ ସାଜିବ ସେ ରାଣୀ
ବନିଯିବ ଆମ କାହାଣୀ ।

