STORYMIRROR

Trushna Das

Abstract Tragedy Others

3  

Trushna Das

Abstract Tragedy Others

ଧର୍ମ କାନ୍ଦୁଛି..... ମାଆ

ଧର୍ମ କାନ୍ଦୁଛି..... ମାଆ

1 min
250

ଧର୍ମ କାନ୍ଦୁଛି..... ମାଆ

    ଧର୍ମ କାନ୍ଦୁଛି....।


ମିଛ ପାଖେ ଆଜି..... ମାଆ 

    ସତ ବନ୍ଧା ପଡିଛି.....।


ଅନ୍ୟାୟ କରୁଛି ଯିଏ.... ମାଆ

   ସୁଖି ହେଉଛି......।


ନ୍ୟାୟରେ ରହୁଛି ଯିଏ..... ମାଆ

   ସିଏ ଦୁଃଖ ସହୁଛି।


ଧର୍ମ କାନ୍ଦୁଛି..... ମାଆ

   ଧର୍ମ କାନ୍ଦୁଛି।


ପାପ ପୁଣ୍ୟର ଖେଳ ଚାଳିଛି..... ମାଆ 

   ଆଜି ପାପର ବିଜୟ ଭାର ବେଶୀ ହେଉଛି

ପୁଣ୍ୟ ଯାଉଛି ଲୁଚି।


ଧର୍ମ କାନ୍ଦୁଛି..... ମାଆ

   ଧର୍ମ କାନ୍ଦୁଛି।


ଜନଶୂନ୍ୟ ହୋଇଛି ସତ୍ୟ ଆଜି.... ମାଆ 

   ଅନ୍ଧକାର ପାପ ସାଜି ବାଟ ସବୁଠି ।


ପାପ କରି ଆସି ଲୋକେ ହେଉଛନ୍ତି 

   ତୁମ ପାଖେ ଦୀପ କେମିତି

ଭକ୍ତ ତୁମର ଧର୍ମକୁ ଆଶା କରି

   ଅନ୍ୟାୟ ଅନୀତି ସବୁ ସହୁଛି।


ଧର୍ମ କାନ୍ଦୁଛି..... ମାଆ 

   ଧର୍ମ କାନ୍ଦୁଛି।


ଟଙ୍କା ପାଖେ..... ମାଆ 

   ସତ୍ୟ ଆଉ ଧର୍ମ ବିକି ହେଉଛି

ଧନ ପାଖେ ଆଜି..... ମାଆ 

   ସମ୍ପର୍କ ହାର ମାନିଛି।


ଧର୍ମ କାନ୍ଦୁଛି..... ମାଆ 

   ଧର୍ମ କାନ୍ଦୁଛି।


କେମିତି ସହୁଛ ତୁମେ ଏ ଅନ୍ୟାୟ ଅନୀତି..... ମାଆ 

   କଣ ତୁମ ହାତ ଆଉ ଆଖିରେ ବେଡି ପଡିଛି।


ଧର୍ମ କାନ୍ଦୁଛି.....ମାଆ 

   ଧର୍ମ କାନ୍ଦୁଛି 

ଆଖି ଖୋଲ..... ମାଆ 

   ଖୋଲ ଆଖି

ନ ହେଲେ ତୁମ ଭକ୍ତ ହାରି ଯିବ ତା ଜୀବନେ 

   ରହି ମଧ୍ୟ ସତ ପଥେ ।


ତୁମେ ପରା ଭକ୍ତର ମାଆ

    ସହି ପାର ନାହିଁ ଭକ୍ତର ଲୁହ ପରା

ନ୍ୟାୟରେ ରହି ଡାକୁଛି ତୁମର ଭକ୍ତ ମାଆ

   ଶୁଣି ତାର ଗୁହାରୀ ଅନ୍ୟାୟର କର ନାଶ ମାଆ।


ତୁମେ ଯେ ମାଆ ମଙ୍ଗଳମୟୀ

   ତୁମେ ଯେ ଚଣ୍ଡୀ 

କେମିତି ପାପ ଅନ୍ୟାୟ ଦେଖି ରହିଛ ସ୍ଥିର ହୋଇ 

   ଜାଗ ହେ ମାଆ ସିଂହ, ବ୍ୟାଘ୍ରବାହିନୀ।


ରକ୍ଷା କର ହେ ମାଆ 

   ଡାକୁଛି ତୁମ ଭକ୍ତ ପରା

ଲୁହକୁ ପୋଛି ଦିଅ ତୁମ ପଣତ କାନିରେ ମାଆ

   ତୁମେ ଯେ ଦୟାମୟୀ କରୁଣାମୟୀ ମାଆ।


ଧର୍ମ କାନ୍ଦୁଛି..... ମାଆ

   ଧର୍ମ କାନ୍ଦୁଛି।


ଧର୍ମ ଆଜି ଡାକୁଛି 

   ଜାଗୃତ ହୁଅ ହେ ମହାମାୟୀ, ଆଦିଶକ୍ତି 

କର ବିନାଶ ଅଧର୍ମର ସାଜି କାଳୀ

   ନ ହେଲେ ତୁମ ଭକ୍ତର ବିଶ୍ୱାସ ଦୀପ ଲିଭି ଯିବ ସବୁ ଦିନ ପାଇଁ..... ହେ ମାଆ


ଧର୍ମ କାନ୍ଦୁଛି.....ମାଆ 

   ଧର୍ମ କାନ୍ଦୁଛି।


Rate this content
Log in

Similar oriya poem from Abstract