STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

କଳିଯୁଗର ତାଣ୍ଡବ

କଳିଯୁଗର ତାଣ୍ଡବ

1 min
235


ପ୍ରଭୁଙ୍କ ରଚନା ଅଦୃଶ୍ୟେ ରହିଛି

ଭିନ୍ନ ଭିନ୍ନ ରୂପ ଏଠି,

ଆତଙ୍କର ରାସ୍ତା ଧରି ଅଛି କିଏ

ଆତଙ୍କିତ କରେ ଏଠି।୧।


ନିରୀହ ଲୋକଙ୍କ ମସ୍ତିଷ୍କ ଧୋଇବା

ଆତଙ୍କି କରିବା ପାଇଁ,

ଆତ୍ମଘାତୀ ରୂପ ନିର୍ମାଣ କରିବା

ନିଜ ଇଚ୍ଛା ପୂର୍ଣ୍ଣ ପାଇଁ।୨।


ଇସଲାମିକ୍ ରାଷ୍ଟ୍ର ହେବ କିପରି

ସବୁ ବେଳେ ଚିନ୍ତା ତାଙ୍କ,

ମନୁଷ୍ୟର ମୂଲ୍ୟ ନାହିଁ ହିଁ ତାଙ୍କରେ

ଜହ୍ଲାଦର କାର୍ଯ୍ୟ ତାଙ୍କ।୩।


ସହଯୋଗ ତାଙ୍କୁ କରୁଛନ୍ତି ଦେଶ

ନିଜ ନିଜ ସ୍ୱାର୍ଥ ପାଇଁ,

କେହୁ କହୁଅଛି ଭଲ ସେ ଆତଙ୍କି

ନିଜ ଇଚ୍ଛା ପୂର୍ଣ୍ଣ ପାଇଁ।୪।


କେହୁ କହୁଅଛି ଖରାପ ଅତି ହିଁ

ନାହିଁ ମାନବତା ତାଙ୍କ,

ଆତଙ୍କର ସୃଷ୍ଟି କରନ୍ତି ବିଶ୍ୱରେ

ଆତ୍ମଘାତୀ କର୍ମ ତାଙ୍କ।୫।


ଉଚିତ ସମୟ ଆସି ଅଛି ଏବେ

ବୁଝନ୍ତୁ ବିଶ୍ୱର ଦେଶ,

ଏକତ୍ରିତ ହୋଇ ବିନାଶ କରନ୍ତୁ

ଚିନ୍ତା ମୁକ୍ତ ହେଉ ଦେଶ।୬।


ଭଲ ମନ୍ଦ କହି ସମର୍ଥନ ନହୁ

ଆତଙ୍କି ହିଁ ଦେଶ ଶତୃ,

ବିନାଶ ତାଙ୍କର ଅତି ଆବଶ୍ୟକ

ସେହୁ ମନୁଷ୍ୟଙ୍କ ଶତୃ।୭।


ଜଗନ୍ନାଥଙ୍କର ଦୟା ହୋଇଲେଟି

ଭୟାବହ ଯିବ ଘୁଞ୍ଚି,

ନ ରହିବ ଦୁଃଖ ନ ହେବ ସନ୍ତାପ

ଆତଙ୍କ ଯିବଟି ଘୁଞ୍ଚି।୮।


ବିନାଶ କରିବେ ବିଶ୍ୱର ଶତୃଙ୍କୁ

ନ ଥିବ ଆତଙ୍କ ରୂପ,

ମନ ଇଚ୍ଛା ପ୍ରଭୁ ପୂର୍ଣ୍ଣ କରି ଦିଅ

ନ ରହୁ ଆତଙ୍କି ରୂପ।୯।


ପ୍ରଭୁଙ୍କ ରଚନା ଅଦୃଶ୍ୟେ ରହିଛି

ଭିନ୍ନ ଭିନ୍ନ ରୂପ ଏଠି,

ଆତଙ୍କିର ରାସ୍ତା ଧରି ଅଛି କିଏ

ଆତଙ୍କିତ କରେ ଏଠି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy