Bijay Prusty

Tragedy

3  

Bijay Prusty

Tragedy

ସ୍ୱପ୍ନ ହଜିଗଲା ବୋଲି

ସ୍ୱପ୍ନ ହଜିଗଲା ବୋଲି

1 min
218


ନିଦ ଭାଙ୍ଗିଗଲା ସପନ ହଜିଲା

ରାତି ଆଉ କେତେ ବାକି

ସପନ ସୁନ୍ଦରୀ ଆଖି ତଳୁ ମୋର

ଧିରେ ଧିରେ ଯାଏ ଲୁଚି I


ପାରିଜାତ ଫୁଲ ବିପଣୀରେ ବୁଲି

ପାଇଲି ସପନ ଫୁଲ

ଧରି ପାରିଲିନି ହାତରେ ତାହାକୁ

ଦେଇ ପାରିଲିନି ମୂଲ I


ଆଖିର ଲୁହରେ ଭିଜିଗଲା ରାତି

ଭିଜିଲା ସପନ ଶେଯ

ଭିଜିଲା ଆକାଶ ଭିଜିଲା ବତାସ

ହଜିଗଲା ଆଖି ନିଦ I


ଜଳିଗଲା ମୋର ଆଖିର ଲୁହରେ

ସପନର ଜତୁଗୃହ

ଆଉ କାହିଁ ପାଇଁ ସପନ ଦେଖିବି

ଢାଳିବି ଆଖିରୁ ଲୁହ ?


ଅବସ ମୋ ଦେହ ଅବସ ମୋ ମନ

ସପନ ଯାଇଛି ହଜି

ମରଣକୁ ଆଜି ଜୀଉଁଛି ମୁଁ ଏଠି

ଜୀବନକୁ ଖୋଜି ଖୋଜି I



Rate this content
Log in

Similar oriya poem from Tragedy