STORYMIRROR

Bijay Prusty

Tragedy

3  

Bijay Prusty

Tragedy

ଏବେ ବି ଆଶା ଅଛି

ଏବେ ବି ଆଶା ଅଛି

1 min
224

ନିରବି ଯାଇଛି ହୃଦୟର ସ୍ୱର

କାହିଁକି ମୁଁ ଜାଣିନାହିଁ

ଭାଙ୍ଗି ଯାଉଥିଲେ ହୃଦୟ ଗୋଟିଏ

ଶବ୍ଦ କିଛି ଶୁଭେନାହିଁ I


ମରମ ତଳେ କେ କରିଥିଲା ଘର

ଆସିଥିଲା ମଉଜରେ

ଭାଙ୍ଗିଲା ହୃଦୟ ଖଣ୍ଡ ଖଣ୍ଡ କରି

ଧିରେ ଧିରେ ଅତି ଧିରେ I


ଲୁଚି ଲୁଚି ଖେଳ ଖେଳୁଥିଲା କିଏ

ଆନନ୍ଦ ମନରେ ବସି

କେତେକେତେ ହୃଦ ଭାଙ୍ଗି ଦେଉଥିଲା

ମନେ ମନେ ହୋଇ ଖୁସି I


ହୃଦୟ ବଦଳେ ହୃଦୟଟେ ମିଳେ

ଜାଣିଥିଲି ଯାହା ଦିନେ

ଆଜି ମୁଁ ଭାବୁଛି ଏତେ ସବୁ କଥା

ଶୁଣିଥିଲି ବୋଧେ ସ୍ୱପ୍ନେ I


ନର୍ଦ୍ଦମାର ଜଳ ସଫା ହେବ ଦିନେ

ମଇଳା ଉଭେଇ ଯିବ

କୁଳୁ କୁଳୁ ନାଦେ ପ୍ରୀତି ନିର୍ଝରିଣୀ

ମୋ ଆଗରେ ବହୁଥିବ I



Rate this content
Log in

Similar oriya poem from Tragedy