STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ନତମସ୍ତକ ଆଜି ସୁପର ପାୱାର୍

ନତମସ୍ତକ ଆଜି ସୁପର ପାୱାର୍

1 min
176


ସର୍ବଶକ୍ତିମାନ ପଦକୁ ଧରିଣ


ସୁପର ପାୱାର୍ ତୁମେ,


ପ୍ରଶ୍ନ ଉଠୁ ଅଛି କାର୍ଯ୍ୟରେ ତୁମ୍ଭର


କିପରି ପାୱାର୍ ତୁମେ।


କାହିଁପାଇଁ ଗଲ ଆଫଗାନିସ୍ତାନେ


ଜନଙ୍କୁ ଛାଡିଲ କିମ୍ପା,


ତାଲିବାନ ଭୟେ ଦେଶ ଛାଡୁ ଛନ୍ତି


ନ କରୁଛ କିଛି କିମ୍ପା?।


କିପରି ମନ୍ତ୍ରଣା ତାଲିବାନ ସଙ୍ଗେ


କରି ଅଛ ତୁମେ ତହିଁ,


ହାହାକାର ସୃଷ୍ଟି ହୁଏ ବିଶ୍ବବ୍ୟାପି


ରୋଦନର ରାବ୍ ଯହିଁ।


ନତମସ୍ତକ ଟି ତାଲିବାନ ଆଗେ


କେଉଁ ସ୍ବାର୍ଥ ପାଇଁ ହେଲ?


ମଝି ସମୁଦ୍ରରେ ଛାଡି ଚାଲି ଗଲ


କି କାରଣୁ ଏହା କଲ ।


କ୍ରମିକ ବିସ୍ଫୋରଣ କରେ ଆତଙ୍କି


ଆଇସିସ୍ ସଂଗଠନ,


କମ୍ପେ ଉଠେ ଆତଙ୍କିର ବିସ୍ଫୋରଣେ 


କାବୁଲ ଏଆର୍ ସ୍ଥାନ।


ଘଟଣା କାବୁଲ ବିମାନବନ୍ଦର


ଆତ୍ମଘାତୀ ଅଟେ ସେହୁ,


ଆଇସିସ୍ କଲା ସ୍ବୀକାର ଘଟଣା


ଆକ୍ରମଣ କଲା ସେହୁ।


କାହିଁ ଗଲା ଶକ୍ତି ସୁପର ପାୱାର୍ 


ଚିନ୍ତାମଗ୍ନ ଆଜି ବିଶ୍ବ,


ଚିନ୍ତାଗ୍ରସ୍ତ ଆଜି ଆଫଗାନିସ୍ତନ


ଏକତ୍ରିତ ହେଉ ବିଶ୍ବ।


ଏକ ସ୍ବର ଆଉ ଏକ ମନ୍ତ୍ର ହେଉ


ବିଶ୍ବର କଲ୍ୟାଣ ପାଇଁ,


ଆତଙ୍କିର ଶକ୍ତି ମିଶି ଭାଙ୍ଗି ଦିଅ


ଜଗତ ଉନ୍ନତି ପାଇଁ।


ଆଚଙ୍କିର ସୃଷ୍ଟି କରି ଅଛ ନିଜେ


ନିଜନିଜ ସ୍ବାର୍ଥ ପାଇଁ,


ଭାରତର ମନ୍ତ୍ର ବଦନେ ଧରିଣ


ଜାଗିଉଠ ବିଶ୍ବ ପାଇଁ।


ରୋଦନର ରାବ୍ ନ ଶୁଭୁ ବିଶ୍ବରେ


ଖୁସିରେ ରୁହନ୍ତୁ ଜନ,


ସମାପନ ହେଉ ଆତଙ୍କିର ଭୟ


ଜାଗିଉଠ ଜନଜନ।


ସର୍ବଶକ୍ତିମାନ ପଦକୁ ଧରିଣ


ସୁପର ପାୱାର୍ ତୁମେ,


ପ୍ରଶ୍ନ ଉଠୁ ଅଛି କାର୍ଯ୍ୟରେ ତୁମ୍ଭର


କିପରି ପାୱାର୍ ତୁମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy