STORYMIRROR

Bijay Prusty

Tragedy

3  

Bijay Prusty

Tragedy

ଏବେ ସୁଧୁରିବା ବେଳ

ଏବେ ସୁଧୁରିବା ବେଳ

1 min
161


ନେତା ବୋଲାଉଛ 

ଆରେ ପ୍ରତାରକ ଦଳ,

ବସି ଯାଇଅଛ 

ନାହିରେ ପକାଇ ତେଲ,

ଜାଣି ପାରୁନାହଁ

ଆସେ ତୁମ କାଳ ମାଡି,

ପୋଛାହେବ ତୁମେ ତିନି ପାଞ୍ଜିରୁ

ଯିବ ନେତାପଣ ଛାଡି,

ଆରେ ଲୁଣ୍ଠକ ଦଳ

ଜୀବନେ ତୁମର ମୋହ ଅଛି ଯେବେ

ଲୁଣ୍ଠନ ବନ୍ଦକର I

ଯେ ରାଜ୍ୟ ଲୋକେ ବାସ ନପାଇ

ଅର୍ଦ୍ଧ ଉଲଗ୍ନ ବେଶ

ତୈଳ ବିହୁନେ ଯେଉଁ ମାନଙ୍କର

ଫୁରୁ ଫରୁ ଉଡେ କେଶ

ସେହି ମାନଙ୍କର ନେତା ବୋଲାଉଛ

ନିର୍ଲଜ ନାହିଁ ଲାଜ

ମଟରରେ ଚଢି କହିବୁଲ ତୁମେ

ଗାନ୍ଧୀଜୀଙ୍କର ଦାୟାଦ

ସରୁ ଖଦଡ ପିନ୍ଧି

ଅଭଦ୍ର ତୁମେ ଭଦ୍ର ବୋଲାଅ

ଜଣା ପଡିଲାଣି ତୁମର ଚାଲବାଜି I

ଯାହା ଯୋଗୁଁ ତୁମେ ମଣିଷ ବୋଲାଅ

ମଥାଟେକି ଚାଲ ବାଟ

ଯେଉଁ ମାନଙ୍କର ରକ୍ତଶୋଷି ତୁମେ

ବଢାଅ ଥନ୍ତଲ ପେଟ

ତୁମରି ଶୋଷଣ କଷଣେ କା ଡିହେ

ବିଲୁଆ ମରଇ ଡିଆଁ

ଯିଏ ତୁମକୁ ପୁଷ୍ଟ କରୁଛି 

ତାହାରି ପାଇଁକି ନିର୍ଦ୍ଦୟ ତୁମ ହିଆ I

ଯେ ରାଜ୍ୟ ଲୋକେ

ଅନ୍ୟ ରାଜ୍ୟକୁ ଯାଏ ଗେଲାମି କରି

ଖାଦ୍ୟ ବିହୁନେ ଅଖାଦ୍ୟ

ବ୍ୟାପେ ଯହିଁ ମହାମାରୀ

ଯେଉଁ ରାଜ୍ୟରେ 

ଜାଉହାଣ୍ଡି ହୁଏ ଚୋରି

ସେହି ରାଜ୍ୟେ 

ତୁମେ ନେତା ବୋଲାଉଛ

ଧିକ୍ ତୁମ ନେତାଗିରି

ବେଳୁ ହୁଅ ସାବଧାନ

ନହେଲେ ଜନତା ପ୍ରତିରୋଧ ପାଇଁ

କରି ସାରିଲେଣି ପଣ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy