STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

କିଛି ଅକୁହା କଥା କହୁଛି

କିଛି ଅକୁହା କଥା କହୁଛି

1 min
223

କିଛି କଥା ପୁଣି ଜୀବନ ଯାତ୍ରାରେ

ଶିକ୍ଷା ଦିଏ ଜନେ ଜନେ,

ସେବା ଭାବ ଅଛି ପବିତ୍ର ଧାମରେ

ଅନୁଭବ ଦିଏ ମନେ।୧।


ମନେ ପଡୁ ଅଛି କିରିବୁରୁ କଥା

ଲୁହାର ପଥର ଖଣି,

ଝାଡ଼ଖଣ୍ଡ ରାଜ୍ୟେ ଅବସ୍ଥିତ ସେହୁ

ରାଜ୍ୟର ଗୌରବ ମଣି।୨।


କାର୍ଯ୍ୟର ନିମନ୍ତେ ଯାଇ ଥିଲୁ ତହିଁ

ସାଙ୍ଗ ହୋଇ ତିନି ସାଥି 

ରୋଜଗାର ନାହିଁ ଦୁର୍ଭିକ୍ଷେ ପୀଡ଼ିତ

ଦୁଃଖିତରେ ତିନି ସାଥି।୩।


ଭଡ଼ା କରି ଗଲୁ କିରିବୁରୁ ଆମେ

ମନରେ ସାହସ କରି,

ପାଞ୍ଚଟା ସମୟେ ପହଞ୍ଚିଲୁ ସେଠି

ମନରେ ଭରସା କରି।୪।


ଚାହା ପିଉଥିଲୁ ହୋଟେଲ ବାହାରେ

ଚିନ୍ତିତ ମନରେ ଅତି

ରାତିରେ ରହିବୁ କେଉଁ ସ୍ଥାନେ ଆମେ

ମନ ଭୟଭୀତ ଅତି।୫।


ଜଣେ ଭଦ୍ରବ୍ୟକ୍ତି ପାଖକୁ ଆସିଲେ

ଆମଙ୍କୁ କହିଲେ ଜାଣି

କେଉଁ ଠାରୁ ବାବୁ ଆସି ଅଛ ତୁମେ

ନୂଆ ଲାଗୁ ଅଛ ପୁଣି।୬।


କାର୍ଯ୍ୟର ନିମନ୍ତେ ଆସିଛ କି ଏଠି?

ଦିଅହେ ତୁମ ଠିକଣା,

କରିବି ସାହାଯ୍ୟ କହୁଅଛି ମୁହିଁ

କହି ଦିଅହେ ଠିକଣା।୭।


କଳାବାଡିଆରେ ଘରଟି ଆମର

ଦୁର୍ଭିକ୍ଷ ପଡ଼ିଛି ତହିଁ,

ରୋଜଗାର ନାହିଁ କାର୍ଯ୍ୟର ନିମନ୍ତେ

ଆସି ଅଛୁ ଭାଇ ଏହିଁ।୮।


ଦୁଃଖ କଥା ଶୁଣି ପଚାରିଲେ ପୁଣି

ରହିବଟି କେଉଁଠାରେ?

ମନେ ଯଦି କିଛି ନ ଭାବିବ ତୁମେ

ରୁହ ଆମ କ୍ୱାର୍ଟର୍ସରେ।୯।


ରହୁ ଥିବ ସେଠି ଖାଉ ଥିବ ମଧ୍ୟ

ମନରେ ନ ଭାବ କିଛି,

କାର୍ଯ୍ୟ ହୋଇ ଗଲେ ଯିବ ଅନ୍ୟ ସ୍ଥାନେ

ଚିନ୍ତା ନ କରଟି କିଛି।୧୦।


ନେଇ ଗଲେ ସେହୁ ଅତି ଆଦରେ

ଧନ୍ୟ ସେ ମାହାନ୍ତ ବାବୁ,

ଆଦରେ ରଖିଲେ କ୍ୱାର୍ଟର୍ସରେ ପୁଣି

ପୂର୍ଣ୍ଣ କରି ଦେଲେ ସବୁ।୧୧।


ଭୁଲି ହେବ ନାହିଁ ଅବଦାନ ତାଙ୍କ

ଗରୀବର ସେହୁ ବନ୍ଧୁ,

ପବିତ୍ର ଭୂମିରେ ପବିତ୍ରତା ଅଛି

ମାହାନ୍ତଙ୍କ ପରି ବନ୍ଧୁ।୧୨।


କିଛି କଥା ପୁଣି ଜୀବନ ଯାତ୍ରାରେ

ଶିକ୍ଷା ଦିଏ ଜନେ ଜନେ,

ସେ ଭାବ ଅଛି ପବିତ୍ର ଧାମରେ

ଅନୁଭବ ଦିଏ ମନେ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy