ଦାୟାଦ
ଦାୟାଦ
ଗଢି ଦେଲ କେତେ
ସୁନ୍ଦର ପୃଥିବୀ
ନିଜ ଅମୃତ ସନ୍ତାନ ପାଇଁ
ବସିଲ ନିଜେ ହିଁ
ଶ୍ରେଷ୍ଠ ସେବକ ହୋଇ
ସ୍ନେହ ପ୍ରେମ ପ୍ରୀତି ଦେଲ ଢାଳି
ସୃଷ୍ଟି କୁ କରି ଅପରୂପ ଲାବଣ୍ୟମୟୀ
ପ୍ରବୃତ୍ତି ର ଟୋପାଏ ବିଷ କିପାଇଁ
ସେଥିରେ ଦେଲ ମିଶାଇ
ଧ୍ୱଂସ ର ଚାଲେ ତାଣ୍ଡବ ଏଠି
କିବା ଦିବା କିବା ନିଶି
ମଉନେ ଦ୍ରଷ୍ଟା ଆସନେ ବସି
ନୀଳକଣ୍ଠ ସମ ଗରଳ ଯାଉଛ ପିଇ
କେଉଁ ସ୍ୱପ୍ନ ର ସାକାର ପାଇଁ
ୟେ ଭବ ପାରାବାର ଦେଲ ଗଢି
ମାଙ୍କଡ ହାତ ରେ ଶାଳଗ୍ରାମ ଥାପି
କାହିଁ ନିଶ୍ଚିନ୍ତେ ଗଲ ବସି
ହୁତ୍ ହୁତ୍ ହୋଇ ଜଳୁଚି ପୃଥିବୀ
କରୁଣ କଟାକ୍ଷେ ଦିଅ ଥରେ ଚାହିଁ
ବରଷାଇ ଦିଅ ପୁଣି
ତୁମ ସେଇ ଅମୃତ ବାରି
ରକ୍ତର ଧାର ଯାଉ ଧୋଇ
ତ୍ୟାଗର ଗାରିମା ବୁକୁରେ ଜଡେଇ
ନୂଆ ଇତିହାସ ଯାଉ ରଚି
ତୁମର ପ୍ରକୃତ ଦାୟାଦ ହୋଇ ।।।