STORYMIRROR

Lipi Sahoo

Abstract Tragedy

3  

Lipi Sahoo

Abstract Tragedy

ଦାୟାଦ

ଦାୟାଦ

1 min
268

ଗଢି ଦେଲ କେତେ

ସୁନ୍ଦର ପୃଥିବୀ

ନିଜ ଅମୃତ ସନ୍ତାନ ପାଇଁ


ବସିଲ ନିଜେ ହିଁ

ଶ୍ରେଷ୍ଠ ସେବକ ହୋଇ

ସ୍ନେହ ପ୍ରେମ ପ୍ରୀତି ଦେଲ ଢାଳି


ସୃଷ୍ଟି କୁ କରି ଅପରୂପ ଲାବଣ୍ୟମୟୀ

ପ୍ରବୃତ୍ତି ର ଟୋପାଏ ବିଷ କିପାଇଁ

ସେଥିରେ ଦେଲ ମିଶାଇ


ଧ୍ୱଂସ ର ଚାଲେ ତାଣ୍ଡବ ଏଠି

କିବା ଦିବା କିବା ନିଶି

ମଉନେ ଦ୍ରଷ୍ଟା ଆସନେ ବସି


ନୀଳକଣ୍ଠ ସମ ଗରଳ ଯାଉଛ ପିଇ

କେଉଁ ସ୍ୱପ୍ନ ର ସାକାର ପାଇଁ

ୟେ ଭବ ପାରାବାର ଦେଲ ଗଢି


ମାଙ୍କଡ ହାତ ରେ ଶାଳଗ୍ରାମ ଥାପି

କାହିଁ ନିଶ୍ଚିନ୍ତେ ଗଲ ବସି

ହୁତ୍ ହୁତ୍ ହୋଇ ଜଳୁଚି ପୃଥିବୀ


କରୁଣ କଟାକ୍ଷେ ଦିଅ ଥରେ ଚାହିଁ

ବରଷାଇ ଦିଅ ପୁଣି

ତୁମ ସେଇ ଅମୃତ ବାରି


ରକ୍ତର ଧାର ଯାଉ ଧୋଇ

ତ୍ୟାଗର ଗାରିମା ବୁକୁରେ ଜଡେଇ

ନୂଆ ଇତିହାସ ଯାଉ ରଚି

ତୁମର ପ୍ରକୃତ ଦାୟାଦ ହୋଇ ।।।


                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract