ବର୍ଷା ଗାଏ ଗଜଲ କରି ହଲଚଲ ହୁଳସ୍ତୁଲ
ବର୍ଷା ଗାଏ ଗଜଲ କରି ହଲଚଲ ହୁଳସ୍ତୁଲ
ରାଗିଣୀ ସ୍ୱର ଲୟ ତାଳ
ବର୍ଷା କେବେ କରେନା ବେତାଳ
ଝୁମା ଝୁମା ଗୋଲାପୀ ବେଳ
ୠମୁକୁ ଝୁମାନାର ସାତ ସ୍ୱର ଡ଼ାଳ
ରିମ ଝିମ ରିମ ଝିମ ବହେ ବର୍ଷା ଜଳ
ବାରିଦର ଝାଳ ସେତ ମେଘର ପଖାଳ
ମେଘ ସାଥେ ବର୍ଷା ବସିଛି ବଉଳ
ତୁଳସୀ ଚଉରା ମୂଳେ ଦୀପ ଜାଳ
ନଈ ଛଳ ଛଳ କଳ କଳ
ସମୁଦ୍ରରେ ପାଣି ସାତତାଳ
ଦିଗବାରେଣୀର ଦିଶୁନି ଚୁଳ
ଉବୁଟୁବୁ ବର୍ଷା ଜଳ ସାରା ଉପକୂଳ
ହେଲାଣି ଯାହା ବେଳ କାଳ
ମିଠା ଲାଗେ ଗାଧୁଆ ସୁନାକୂଅ ଜଳ
ଦିହକୁ ଯେତେ ଗରା ଢାଳ
ସମ୍ପୂର୍ଣ୍ଣ ହେବାଯାଏଁ ଶହେଆଠ ଜଳ ଢାଳ
ଆଖି ଆଷାଢ଼ୀ ଢଳଢଳ ଓଠ ପାଟି ଦିଫାଳ
ଜର ପଥି ପାଞ୍ଚଣରେ ଫୁଲୁରୀ ତେଲ ତରଳ
ଉଠି ପ୍ରଭୁ ନବଯୌବନ ଦର୍ଶନେ ତତକାଳ
ରଥରେ ବିଜେ ତିନିଠାକୁର ଅଥୟ ବେଳକାଳ
ନବଡିନବ୍ୟାପୀ ଆଡପ ଅଭଡ଼ା ଦର୍ଶନେ ଭକ୍ତ ଭୋଳ
ପୁଣି ବାହୁଡା଼ ବିଜୟ ସଂକୀର୍ତ୍ତନ ଖୋଳ
କେତେ କିମିଆଁ ଇଏ ଲାଗେ ଗୋଳମାଳ
ସୁନାବେଶେ ସୁନାଦିଅଁ ଆଖି ଛଳ ଛଳ
ଭକ୍ତି ଭାବ ଫେଣ୍ଟି ଦର୍ଶନେ ମୁକ୍ତିତୀର୍ଥ ଗୋଳ
ପୁଣି ଅଧର ପଣା ରସଗୋଲା ଖିଆ ବେଳ
ଆସୁଛି କୌଶଳେ ଚଞ୍ଚଳ ଚଞ୍ଚଳ ସୁଢଳ
ମାର ତାଳି ଉଠା ଥାଳି ବରଷା କରେ ଗୋଳମାଳ ।
