STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଜୟ ଜନନୀ

ଜୟ ଜନନୀ

1 min
33

ଗଲୱାନ ଘାଟୀରୁ ପଛକୁ ହଟିଲା ଚୀନ 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କିଣିନେଲା ନିଶ୍ଚେ ମନ ।

'ମନ କି ବାତ' ସୁସ୍ପଷ୍ଟ କିଣିନେଲା ମନ ଧନ 

ସାମରିକ ସଫଳତା ଓ ଚାପ ଦକ୍ଷତାର ସମ୍ମାନ ।

ସହଜ ରେ ମାନିବା ଅବା ଶରଣ ଅବା ଅଭିମାନ 

ସଭିଏଁ ସଭିଙ୍କ ସୀମା ସରହଦ ସମ୍ମୋହନ ।

ଅନ୍ତର୍ଜାତୀୟ ବିଶେଷଜ୍ଞ ଧନ୍ୟବାଦ ଧନ୍ୟ

ଭାରତ ରେ ଅଛି ରାଜନୈତିକ ସମନ୍ୱୟ ।

ମୁର୍ଖତା ବଢ଼େଇ ସମ୍ପର୍କ ଗଡେଇ 

କରିବାନି ଦେଶ ଦେଶ ମଧ୍ୟେ ବିଭାଜନ ।

ସଭିଙ୍କ ସଦିଚ୍ଛା ରହିଲେ ହେବନି ଲୋକସାନ 

ସଜାଗରହିଛି ତଥାପି ଜନନୀ ହେବାକୁ ଧନ୍ୟ।

ଆଶଙ୍କା ବିଶ୍ୱାସଘାତକତା ଦୁରେଇ ବଂଚିବାକୁ

ସାମ୍ୟବାଦ ର ମୈତ୍ରୀ ପ୍ରୀତି ଜୀବନ  ।

ରଣକୌଶଳ ନାମେ ନକରୁ କିଏ ବେଈମାନ

ବୂଝାମଣା ଯାହା ଅଛି ଥିଲା ଥାଉ ।

ଶତ୍ରୁତା ର ହେଉ ଅବସାନ, ମହା ମିଳନ 

ସାବଧାନ ଆଉ ସତର୍କତା ହେଉ ସ୍ୱୟଂସମ୍ପର୍ଣ୍ଣ।

ସମ୍ବେଦନଶୀଳତା ଭରିଉଠୁ ସମ୍ମାନ ସମ୍ପୂର୍ଣ୍ଣ 

ମାଟିମାର ବରପୁତ୍ର ଙ୍କ ବଳିଦାନ ଗାଥା 

ସ୍ୱର୍ଣ୍ଣାକ୍ଷର ଇତିହାସ କାହାଣୀ କରେ ବହନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action