ଦୃଷ୍ଟାନ୍ତ
ଦୃଷ୍ଟାନ୍ତ
ନିଜକୁ ଯଦି ନିଜେ ନକର ସଂଶୋଧିତ
ସଂଘର୍ଷର ଶୃଙ୍ଖଳାରେ
ବୈଧ ବୈଧତା ଭିତରେ
କିଏ ଜୀବନ୍ତ କିଏ ମୃତ
ଶୋକର ଛାୟାରେ ହେବାକୁ ମର୍ମାହତ
ଅପରାଧ ଅପରାଧୀ ଭିତରେ
କିଏ ଅଶାନ୍ତ କିଏ ତୃଷିତ
ସବୁ ବିଶୃଙ୍ଖଳା ରେ ନିଜର ହିଁ ହାତ
ସେଇପାଇଁ କରୋନା ପ୍ରଛର୍ଣ୍ଣେ କହେ
ନିଜେ ଆଗେ ଧୁଅ ନିଜ ହାତ
ଶାନ୍ତିରେ ବଂଚିବାର କଳା ଆଜି ଆହତ
ଏଥିପାଇଁ କଣ କରିବେ ଜଗନ୍ନାଥ
ଶିଖାଇଛନ୍ତି ଥରକୁ ଥର ଧର୍ଯ୍ୟ ସାହାସ ସୂତ୍ର
ଯାହାକି ନିଶ୍ଚୟ ଏକମାତ୍ର ପଥ
ଅଧରପଣା ଦେଇ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ
ଏବେବି ସେ ସଂସ୍କୃତି ଓ ସଂହତିର
ଏକମାତ୍ର ଦୃଷ୍ଟାନ୍ତ
କୋଉଠି ନା କୋଉଠି ରକ୍ଷାକରିବା ବାଟ
ନିଶ୍ଚୟ ରଖିଛନ୍ତି ଜଗନ୍ନାଥ ।