Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Action Inspirational Children

3  

ବୀରେନ୍ କୁମାର ବେହେରା

Action Inspirational Children

କେମିତି ପାଳିବି ଜନ୍ମଦିନ

କେମିତି ପାଳିବି ଜନ୍ମଦିନ

1 min
224


ଜନ୍ମ ହେଲି ସିନା ଭଲ ତିଥି ବାରେ,

ପିତାମାତା କୋଳ ମଣ୍ଡନ କରି ।

କିନ୍ତୁ ଏ ଦୁନିଆ ରିତୀ ନୀତି ଦେଖି,

ନୟନ ଗଲା ମୋ ଲୁହରେ ଭରି ।।

ମୋ' ଜନ୍ମ ଦେଖି ମୋ' ପରିବାରରେ,

ଖେଳିଗଲା ସତେ ହସ ଓ ଖୁସି ।

ସମାଜର ଛବି ଦେଖିଲା ବେଳକୁ,

ଦୁଃଖ ଲାଗୁଥିଲା ମୋତେ ତ ବେଶୀ ।।

କେତେ କେତେ ଶିଶୁ ହୁଅନ୍ତି ଜନମ,

ବାପ ପରିଚୟ ନଥାଏ କା'ର ।

ଗର୍ଭରୁ ବାହାରି ଆଖି ଖୋଲୁ ଖୋଲୁ ,

ମା' ମରିଯାଏ ଆଉ କାହାର ।।

ଆଲୋକ ଦେଖିବା ପୂର୍ବରୁ କିଏସେ,

ଭୃଣ ଅବସ୍ଥାରେ ହୁଅନ୍ତି ହତ ।

ଆଉ କିଏ ପୁଣି ପିତାମାତା ହାରି,

ଦୁଃଖ କଷ୍ଟ ଲଭିଥାନ୍ତି ବହୁତ ।।

କେହି କେହି ଏଠି ଖାଦ୍ୟ ଅଭାବରୁ,

ମାଂସ ହୀନ ତାଙ୍କ ପଞ୍ଜରା ଧରି ।

ଭିକ୍ଷା ବୃତ୍ତି ସହ ଦୁଃଖରେ ବଞ୍ଚନ୍ତି,

ପାଠପଢ଼ାରେ ସେ ବାନ୍ଧନ୍ତି ଡୋରୀ ।।

ଏମିତି ଅବସ୍ଥା ସମାଜର ଦେଖି,

ବୁଝୁନାହିଁ ଏଇ ଅବୁଝା ମନ ।

ନିଜକୁ ପଚାରେ କେଉଁ ଖୁସି ମନେ,

କେମିତି ପାଳିବି ଜନ୍ମଦିନ ?



Rate this content
Log in

Similar oriya poem from Action