ସ୍ଵାର୍ଥପର ସଂସାର
ସ୍ଵାର୍ଥପର ସଂସାର


ସ୍ଵାର୍ଥପର ଏ ସଂସାର
ସବୁଠି ଖାଲି ଛଳନା
ମନଖୋଲା ହସ ଟିକେ
ଖୋଜିଲେ ଏଠି ମିଳେନା ।
କେହି ନୁହେଁ ଶତ୍ରୁ ଏଠି
କେହି ନୁହେଁ ମିତ୍ର
ମାୟା ସଂସାରର ମାୟା
ବଡ଼ ଅଟଇ ବିଚିତ୍ର ।
ଶତ୍ରୁ ମିତ୍ର ସବୁ ମୂଳେ
ଅଛି ଆତ୍ମ ସ୍ୱାର୍ଥ
କାର୍ଯ୍ୟ କାଳେ ରଙ୍ଗ ଢ଼ଙ୍ଗ
ଏକା ହୁଅଇ ଚିତ୍ରିତ ।