Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Abstract Action Inspirational

3  

କବିରତ୍ନ ନୂତନ କୁମାର ବେହେରା

Abstract Action Inspirational

ଶେଷରୁ ଆରମ୍ଭ

ଶେଷରୁ ଆରମ୍ଭ

1 min
211


      

ଘନ ଅନ୍ଧକାର ରାତି ପରେ 

ସକାଳ ଆସେ

ପୂର୍ବ ଦିଶେ ସୂର୍ଯ୍ୟ ଉଏଁ

ଏକ ଶେଷରୁ ପୁଣି ଆରମ୍ଭ ହୁଏ

ନୂଆ ଏକ ଦିବସ l

ଅବରୋହ କ୍ରମରେ ଓହ୍ଲାଇ ଆସି

ଚେତନାର ଆଶା ଆକାଂକ୍ଷରୁ 

ଯୋଜନାର କରିବାକୁ

ହୁଏ ବିକାଶ ପରିପ୍ରକାଶ l

ବିବାହର ପବିତ୍ର ବନ୍ଧନରେ

ବାନ୍ଧି ନୂଆ ସଂପର୍କକୁ

ଜୀବନର ନୂଆ ଅଧ୍ୟାୟ ସବୁ

ଶେଷରୁ ଆରମ୍ଭ ହୁଏ l

ଏକା ଏକା ବିତାଇଥିବା ଦିନ

ହୋଇ ଯାଏ ଶେଷ

ଯୁଗ୍ମ ଜୀବନ ନୂଆ ପରିଚୟରେ

ଶେଷରୁ ଆରମ୍ଭ ହୁଏ l

ପରିବାରର ପରିକଳ୍ପନା

ସ୍ବପ୍ନକୁ ବାସ୍ତବରେ ପରିଣତ

କରିବାର ନବ ଅଭିଯାନ

ସଂଘର୍ଷ ଭିତରେ ଖୋଜିବାକୁ l

ହୁଏ କଳ୍ପିତ ଜୀବନ

ଆରମ୍ଭରୁ ଶେଷ ପୁଣି

ଶେଷରୁ ଆରମ୍ଭ ହୋଇ ଚାଲେ

ଗତି ପ୍ରଗତି ଅଗ୍ରଗତି l

ଚକ୍ରାକାରରେ ଜୀବନର

ହେଉଥାଏ ଘୂର୍ଣ୍ଣନ

ଶୂନ୍ୟତାର ଆସେନା ପୂର୍ଣ୍ଣତା 

ଆଶା ଆସକ୍ତି ସବୁ l

ଆଂଶିକ ରହେ

ଲିପ୍ସା ଲିପ୍ସା ଅଭିପ୍ସା

ପିପାସା ପରେ ପିପାସା

ଜିଜ୍ଞାସା ପରେ ଜିଜ୍ଞାସା l

କେଉଁଠି କାହାର ଆରମ୍ଭ

କେଉଁଠି ହୁଏ ଶେଷ

ହୁଏନା ବୋଧଗମ୍ୟ 

ରଖି ହୁଏନା ଭାରସାମ୍ୟ l

କାମ୍ୟ ରମ୍ୟ ଅଦମ୍ୟ

ଗମ୍ୟ ଅଗମ୍ୟ ମଧ୍ୟରେ 

ସଦା ରହିଥାଏ ତାରତମ୍ୟ

କ୍ରମାଗତ ଇତିବୃତି l

ମାନସିକତାରେ ରଖି

କର୍ମରେ ଶୁଭ ଲାଭ

ହୁଏ ସବୁ ଶେଷରୁ ଆରମ୍ଭ।

    



Rate this content
Log in

Similar oriya poem from Abstract