STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ବୈଜ୍ଞାନିକ ସମାଜବାଦ ର ଶିକ୍ଷା

ବୈଜ୍ଞାନିକ ସମାଜବାଦ ର ଶିକ୍ଷା

1 min
137


'ଲାଭ' ଆଉ 'ଲୋଭ' ମନୁଷ୍ଯ ର 

ଅଟଇ ଦୁଇଟି ଶତ୍ରୁ ,

ଅତି ଲାଭ ଭାବନାରେ ମଣିଷ ର 

ମଣିଷତ୍ୱ ର ହୁଏ ମୃତ୍ଯୁ |୧|


ଲାଞ୍ଚ, ମିଛ, ଖଚ, କୁକର୍ମ, ଚୋରି,

ଡକାୟତି, ଗର୍ବ 

ଅନ୍ଯାୟ ଓ ଅନୀତି ମୂଳେ ମୁଖ୍ୟତଃ

ଲାଭ ଓ ଲୋଭ |୨|


ଅନୁଧ୍ୟାନ ଅନୁଶୀଳନ କଲେ ଅତି ଲାଭ

ଓ ଲୋଭ ର ଭାବନା

ସୃଷ୍ଟି ହୋଇଛି ତାହା ପୁଞ୍ଜିବାଦ ରୁ, ନିଶ୍ଚିତ 

ପଡିବ ତ ଜଣା |୨|


ସଚ୍ଚୋଟପଣିଆ, ନିଃସ୍ବାର୍ଥପରତା ଏଠି 

ଅଟେ ଦିନର ସପନ

କଳେ, ବଳେ ଓ ଛଳେ, ପୁଞ୍ଜି ର ଲାଭେ 

ମନୁଷ୍ୟ ହୋଇଛି ମଗ୍ନ |୩|


ଓମ୍ ଶୁଭ ଲାଭେ ମଗନ ହୋଇଲେ ମନ

ହୁଏ ପରା ଅସ୍ଥିର 

ସେଇ ଅନ୍ଧକାରେ ଛନ୍ଦି ହେଲେ, ପାଇବନି 

ଜୀବନେ ପରଶ ସୁଖ ର |୪|

 

ଲାଭ ର ମୋହରେ ମଣିଷ ବଶବର୍ତ୍ତୀ ହୁଏ 

ପାପ ପ୍ରତି କୁମ୍ଭକର୍ଣ୍ଣ ନିଦ ର

କଳଙ୍କ ଦେହେ ବୋଳି ହୁଏ, ପାଏ ନାହିଁ 

କେବେ ତାହାଠୁ ନିସ୍ତାର |୫|


ପ୍ରକୃତ ଶିକ୍ଷାର ଅଭାବେ, ଲୋଭ ଦ୍ୱାରା 

ମଣିଷ ଅଜ୍ଞାନୀ ହୁଏ

ନପାଇଲେ ଉତ୍ତମ ଶିକ୍ଷା, ମାନବ ପଶୁ 

ଠାରୁ ହୀନ ବନି ଯାଏ |୬|


ଆସିଛ ଦିନେ, ଯିବ ତ ଦିନେ, କେହି ତ

ନେଇ ନାହିଁ କିଛି ଗଣ୍ଠିରେ,

ସମାଜରେ ବଞ୍ଚିବା ପାଇଁ, ଶିକ୍ଷା ମୂଳ ପିଣ୍ଡ,

ଚେତନା ଆସେ ପ୍ରକୃତ ଶିକ୍ଷାରେ |୭|


ପୁଞ୍ଜିବାଦ ର ମୂଳତତ୍ତ୍ୱ, ମୁଁ, ମୁଁ ତ୍ଵ, ଲାଭ ଓ 

ଶୁଭ ର ବିଲୋପ ଘଟିଲେ ଭାବନାରେ

ପଶୁତ୍ୱ ରୁ ମୁକତି ପାଇଁ ବୈଜ୍ଞାନିକ ସମାଜବାଦ

ର ଶିକ୍ଷା ନିହାତି ଦରକାର ଚେତନାରେ |୮|



Rate this content
Log in

Similar oriya poem from Abstract