କଳା
କଳା
କଳ୍ପନା ର କଳା ମାଖିତ ଦେଇଛ
ନିମଗ୍ନ ବିଭୋର ମୁହିଁ,
ନିର୍ଲିପ୍ତ ଜୀବନ କ୍ଷଣ ଅନୁକ୍ଷଣ
ପ୍ରତିବିମ୍ବେ ଅଛ ରହି !
ଅନ୍ଧାର ଠୁ କଳା ମୋ ଦେହର ଛାଇ
କଳା ମେଘ ପରି ଦିଶେ,
ତୁମ କଳା ଦେଖି ରାତି ବି ଲାଜ ର
ଓଢଣୀ ରେ ଲୁଚି ବସେ !
ତୁମ କଳା ମୋର କଳଙ୍କ ର ଟୀକା
ସାଜିଲେ ଲାଗେନି ଡର,
ସାରା ଦୁନିଆଟା ତୁମକୁ ତ ଝୁରେ
କରିବାକୁ ଆପଣାର !
ବିରହୀ ହୃଦୟ ସ୍ପନ୍ଦନ ମୋ ଝୁରେ
ମନ ପକ୍ଷୀ ଦୂରେ କାହିଁ,
ଜହ୍ନ ର ଜୋଛନା ଗୋପନ ଭାବନ
ତୁମକୁ କି ପାରେ ଛୁଇଁ !
ଗୋପ ରୁ ମଥୁରା ଦୂର ବହୁଦୂର
ଆଖି ମୋର ପାଏ ନାହିଁ,
ତଥାପି ଅବୁଝା ଅଶାନ୍ତ ହୃଦୟ
କଳାର ମୋହକୁ ବୋହି !