STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ପରିବାର

ପରିବାର

1 min
173


ନିଶ୍ଚିତ କର୍ତ୍ତବ୍ୟ ପରାୟଣତା

ଶିଖାଏ ପରିବାର ସଂସ୍କୃତି

ପରମ୍ପରା ମାନିବୃତ୍ତି ସହାୟତା

ପରଷ୍ପର ସ୍ନେହ ଓ ମମତା

ବଡ ସାନ ରକ୍ଷଣଶୀଳତା

ଏକାକାର ମନ ପରାଣ ହୃଦୟ

ଭଲପାଇବାର ସମ୍ପର୍କ ସୂତା

ପରିବାର ଶିଖାଏ ପରିପକ୍ୱତା

ମାନବୀୟ ଗୁଣବତ୍ତା

ବାଟ ଚାହିଁ ରହେ ମାଆ

ଆସୁଥିବେ ସୁତ କନକ ଦୁହିତା

ବାପା ପୁରଣ କରନ୍ତି ଆବଶ୍ୟକତା

ତୋର ମୋର ଭେଦ ଭାବ

ନଥାଇ ଥାଏ ଶହନଶୀଳତା

ଜଣଙ୍କ ଦୁଃଖ ସୁଖ ରୋଗ ପାଇଁ

ଅନ୍ୟମାନେ ସେବା ଯତ୍ନରେ ସହାୟତା

ବୁଝାମଣା ଥାଏ ସ୍ୱର୍ଗୀୟ ପବିତ୍ରତା 

ପରିବାରରୁ ଶିକ୍ଷା ସଚେତନତା

ଭବିଷ୍ୟତ ପାଇଁ ଆବଶ୍ୟକତା

ଯାହାର ଯେମିତି ପରିବାର

ତାହାର ସେମିତି ବେଭାର

ରହିଛି ସତ୍ୟ ହୋଇ କଥା

ପରିବାର ଆଦ୍ୟ ସାମାଜିକ ସଂସ୍ଥା

ପାରିବାର ମାଟି କହେ ଜଗି ରଖି ଚଳି

ଜ୍ଞାନ ବୁଦ୍ଧି ବଢାଇ ହେବାକୁ ଜଗତଜିତା 

ସ୍ୱର୍ଗୀୟ କଳାରେ ସମୃଦ୍ଧ ମାନବତା

ପାରିବାର କରେ ପରିବାର ସୁସ୍ଥ ସଂହିତା।


Rate this content
Log in

Similar oriya poem from Abstract