Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Action

3  

Niranjan Mishra

Action

ଟଙ୍କା

ଟଙ୍କା

1 min
173



ଧନ ଅରଜିଲେ ଧରମ କରିବ

ଧରମରେ ନରହରି ।

ପ୍ରାପତ ହୋଇବେ ତୁମକୁ ନିଶ୍ଚୟ

ସ୍ବରୂପେ ରହ ତୁମରି ।୧।

ଟଙ୍କା ଅରଜିବା ସହଜ ନୁହଇ

ଅଥବା କଷ୍ଟ ନୁହଇ ।

ଅରଜିବା ଧନ ସଦା ସରବଦା

ନିଜ ଧରମରେ ଥାଇ ।୨।

ଅଧରମ ବିତ୍ତ ବହୁତ ବଢଇ

ଗଲାବେଳେ ମୂଳସହ ।

ଯାଇଥାଏ ନିଶ୍ଚେ କେବେହେଲେ କେହି

ନକର ଏଥି ସନ୍ଦେହ  ।୩।

ଅରଜିଲେ ଟଙ୍କା ଧରମ କାର୍ଯ୍ୟରେ

ବ୍ୟୟ କର ସେ ଟଙ୍କାକୁ ।

ସ୍ବଧରମେ ରହି ଖର୍ଚ୍ଚ କର ନିଶ୍ଚେ

ସତ୍ ଉପାୟରେ ତାକୁ ।୪।

ବଢିଲା ବେଳେ ସେ ପ୍ରବଳ ବଢଇ

ମାନେ ନାହିଁ ଥଳକୂଳ ।

ଟଙ୍କା ଉପାର୍ଜନ କରିବା ପାଇଁକି

ଖଟାଇଲେ ବୁଦ୍ଧି ବଳ ।୫।

ଅଳ୍ପରୁ ବହୁତ ହୋଇଥାଏ ଟଙ୍କା

କରିଲେ ତାକୁ ସଞ୍ଚୟ ।

ନୂଆ ନୂଆ କେତେ ବୁଦ୍ଧି ଆସି ଜୁଟେ

ବୃଦ୍ଧି ହୁଅଇ ନିଶ୍ଚୟ ।୬।

କେତେବେଳେ କେଉଁ ବାଟରେ ଖରଚ

ହୋଇଯାଇଥାଏ ସିଏ ।

ଟଙ୍କା ପାଶେ ଥିଲେ ନିଜ ଲୋକଠାରୁ

ଭୟ କେବେ ମିଳିଥାଏ ।୭।

ପୁଅ କହେ ଟଙ୍କା ଏତେ ଦିଅ ମୋତେ

ନହେଲେ ଭୂଷିବି ଛୁରୀ ।

ସ୍ତିରୀ କହେ ମୋତେ ଏତେ ଟଙ୍କା ଦିଅ

ନହେଲେ ଯିବି ବାହାରି ।୮।

ଚୋରି କରିବାକୁ ଚୋର କେବେ ଆସେ

ଟଙ୍କା ଚୋରି କରିବାକୁ ।

ନିଜ ଲୋକ ଧାର ଉଧାର ନେଇ ତା

ନଆସନ୍ତି ଶୁଝିବାକୁ ।୯।

ସମ୍ପତ୍ତିର ଟଙ୍କା କାରଣ ହୁଅଇ

ବିପତ୍ତି କାରଣ ହୁଏ ।

ଟଙ୍କା ଥିଲେ ଚିନ୍ତା ନଥିଲେ ବି ଚିନ୍ତା

କେତେ ଅଶାନ୍ତି କରାଏ ।୧୦।

ଟଙ୍କାର ମହିମା କହିଲେ ନସରେ

ସବୁ ହୁଏ ଟଙ୍କା ପାଇଁ ।

ନଶ୍ବର ସଂସାରେ ଟଙ୍କା ଆବଶ୍ୟକ

ସଦା ସର୍ବଦା ହୁଅଇ ।୧୧।


Rate this content
Log in

Similar oriya poem from Action