ଶୀତର ପହିଲି ପରଶ
ଶୀତର ପହିଲି ପରଶ
ଶିଶିର ଶେଷରେ ପ୍ରବେଶଇ ଶୀତ
ଜାଡର ମାଡ଼ ରେ ଦେହ ହୁଅଇ କମ୍ଫିତ ।
ଶୀତର ପହିଲି ସ୍ପର୍ଶ କି ଆନନ୍ଦମୟ
ମଧୁ ଝରା ଝରେ ପ୍ଲାବି ମନ ଓ ହୃଦୟ ।
ଆସଇ ଆହା କି ଦିବ୍ୟ ଚେତନା ସ୍ପନ୍ଦନ
ଘେନି ଯେ ସମୟ ଦେହେ କମ୍ପ ଘନ ଘନ ।
ଶୀତଳ ପବନ ଚଳ ଲୋଲ ପ୍ରାତ, ସନ୍ଧ୍ୟା
ନବ ଚମକରେ ପୁଲକିତ କରେ ସଦା ।
ଶୀତ ପୋଷାକ କିଣିବା ପାଇଁ କି ତତ୍ପର
ବସେ କେତେ ଶୀତ ବାସ, ବିପ୍ପଣୀ , ବଜାର ।
ଜ୍ୟାକେଟ, ଟୋପି, ଚାଦର , ଆଉ ମଫଲର
ସଂଗ୍ରହ କରି ରଖନ୍ତି ଆପଣା ପାଶର ।
କନ୍ଥା , ଲୁଗା ଓ କମ୍ବଳ , ଶର୍ଯ୍ୟାର ପାରୁଶେ
ଖୋଜି ରଖି ଦ୍ୟନ୍ତି ଜନେ , ଶୀତ କୋପ ନାଶେ ।
ହିମ ଓ ତୁହିନେ ମହୀ ହୁଅଇ ଆଚ୍ଛନ୍ନ
କ୍ରମେ ସୁଖ ଦାୟୀ ହୁଏ ଅରୁଣ କିରଣ ।
ସକାଳ ସଞ୍ଜରେ ନିଆଁ ପୁଅନ୍ତି ସଭିଏଁ
ନିଆଁ ଜାଳି ବେଢ଼ି ବସି ବାରେ ମଜା ଲାଗେ ।