STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ସ୍ବାଧିନତା

ସ୍ବାଧିନତା

1 min
123


ସ୍ବାଧିନତା କଳ୍ପବଟ

ପାଦପଦୁ ଗଳୁଥିବା ମକରନ୍ଦ

ଫଳଫୁଲ ଦାନାକନା 

ଛାୟା ସୁଶୀତଳ

ହାଣମୁଖେ ସବୁକିଛି

ନିଖୋଜ ଈଶ୍ୱର ,

ଜୀବନକୁ ପାଦେ ଦଳି ଉପରକୁ

ଚଢିବାକୁ ଏ ମଣିଷ ବ୍ୟଗ୍ର

ଭୋଗସୁଖେ ତଲ୍ଲୀନ ପାଗଳ । 


ସ୍ୱାଧୀନତା ଗଛଟାର ସୁଆଦିଆ ଫଳ

କଷିଧରି ଗଛରେ ପାଚିବ

ତଳକୁ ଝଡିବ

ମିଠା ମିଠା ଯେତେ ଆଶା 

ସୁଖ ସ୍ୱପ୍ନ ଦୁରୁହ ବ୍ୟାପାର ।

ଅଘାପଘା ଛିଣ୍ଡା ଏଠି ଗାଈଗୋରୁ

ଛେଳିମେଣ୍ଢା ଲହଲହ ଜିହ୍ୱ

ଅମାନିଆ ବୁଲାଷଣ୍ଡ

ଏ ଡାଳରୁ ସେ ଡାଳ 

ମାଙ୍କଡଙ୍କ ଦୈ।ରାତ୍ମରେ 

ଫଳକଷି ଧରିବାତ ଦୂର

ଗଛଟିରେ ଦୁଇପତ୍ର ଧରିବା ମୁସ୍କିଲ ।


ଉଧେଇଲେ କଷିଟି ଟିକିଏ

ସହିବାକୁ ହେବ ତାକୁ

ଚଗଲା ପିଲାଙ୍କ ଆବଡ଼ ଝାବଡ଼

ଟେକା ଓ ପଥର ମାଡ଼

ଝଡ଼ଝଞ୍ଜା ,ରୋଗପୋକ

ପ୍ରତିକୂଳ ସମୟ କୋରଡ଼ ।


ଆସ ଆମେ ସମୟର ଆହ୍ୱାନକୁ

କାନପାତି ଶୁଣିବା ବୁଝିବା

ସବୁଜ ମନସ୍କ ହେବା

ପରିବେଶ ସ୍ବଚ୍ଛ ଆଉ ସୁନ୍ଦର ରଖିବା

ସ୍ବଚ୍ଛନ୍ଦରେ ଜୀବନ ଜୀଇବା

ଯତ୍ନଶୀଳ ରହିବା ସତତ

କଳ୍ପବଟ ପରିବାର ସମାଜ ଆମର

ସୁସଂସ୍କାର ଧର୍ମ ଯୋଗେ

ହେଲେ ସୁସଂହତ

ଫଳିବ ଶସ୍ଯ ପ୍ରଚୂର 

ଜୀବନରେ ଭରିବ ଅମୃତ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action