STORYMIRROR

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ପରୀ କାହାଣୀ

ପରୀ କାହାଣୀ

1 min
220

ଆଈମା ପେଡ଼ିରେ ସାଇତା

ରାଜା ଘର କଥା

ବେତାଳ ବ୍ରହ୍ମ ରାକ୍ଷସ

ଟୁଆଁ ଟୁଇଁ ଆଉ ଯେତେ

ଅସୁର ଅସୁରୁଣୀ

ପରୀ କାହାଣୀ ।


ଦିନକର କଥା

ବଗିଚା ଭିତରେ ଫୁଲର ମହକ 

କୋଇଲିର କୁହୁ କୁହୂ

ଆଉ ନାଲି ନେଳି ପର ଉଡେଇ

ପକ୍ଷୀମାନଙ୍କ କାକଳି

ଜେଉ ଦିଗରୁ ଆସୁଥିବା ଦିବ୍ୟ ପରୀ

ଯାହାର ମୁଖରୁ ଝଟୁକୁଥିଲା ଜହ୍ନ

ଚମ୍ପା ଗନ୍ଦର୍ ରୂପ ସାଙ୍ଗରେ ଫୁଲ ମାଳ 

କହି ଜାଣିଲେ କଥା ସୁନ୍ଦର

ଗାଇ ଜାଣିଲେ ଗୀତ ସୁନ୍ଦର

ତାର ଚାଲିରେ ଫୁଟୁଥିବା ମଲ୍ଲି ।


ପ୍ରେମ ତାର ନିଶାଣ

ଖୋଜୁଥିଲା ମନ ଲାଖି ରାଜକୁମାର

କଳା ଘୋଡାରେ ଯାଉଥିବା ଯୁବକ

ଦେଖିଲାବେଲକୁ ପରୀ

ଦୁହିଁଙ୍କ ଭେଟ ଆଉ ପ୍ରୀତି

କ୍ଷଣିକ କାମନାରେ ଜଳିଗଲା ବନ

ଯେମିତି ଚାରିପଟ କିଟି କିଟି ଅନ୍ଧାର

ଭିତର ଟା କମ୍ପନ

ରତି ସୁଖ ପାଇବା ପୂର୍ବରୁ

ନିଦ ଭାଙ୍ଗି ଗଲା

ପରୀ କୁଆଡେ ଗଲା

ତାର ଶ୍ରୁତି ଓ ପିରତି ସବୁ

ଲିଭେଇଦେଲ ମହକେ ସେ ସ୍ଥାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance