STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ଶୂନ୍ୟ ଆକାଶ

ଶୂନ୍ୟ ଆକାଶ

1 min
203

      

ଶୂନ୍ୟ ପୁଙ୍ଗୁଳା ଆକାଶଟା 

ସୂର୍ଯ୍ୟର ସବୁ ଆଲୋକ ଧାରା

ବିଞ୍ଚି ଦେଲା ପରେ

ନିଜେ ରହିଯାଏ ଅନ୍ଧାରରେ,

ରାତିରେ ବି ଏତେ ତାରା 

ଆଉ ରୂପେଲି ଜହ୍ନକୁ

ହସାଇ ଦେଇ ଭଲ ପାଇବାରେ

ଶୀତଳତା ଆଣେ ପୃଥିବୀରେ।

ଶୂନ୍ୟତାରେ ପୂଣ୍ୟତା 

ଆଣି ଦେବା ପାଇଁ

କରେ ସଂପୂର୍ଣ୍ଣ ସମର୍ପଣ,

ବିନିଯୋଗ କରି ତାର

ସମସ୍ତ ସମ୍ବଳକୁ

ମହନୀୟତାର ଦିଏ ପ୍ରମାଣ। 

ସେବା ତ୍ଯାଗ ଆଦର୍ଶର

ଜୟଯାତ୍ରା ପଥେ ରହି

ସେ ଉର୍ଦ୍ଧରେ ଥିବାରୁ

ହୋଇଛି ଆକାଶ,

ସଦା ସେ ଉଦାର ଗମ୍ଭୀର

ନାହିଁ ବଡ଼ପଣର ମାନ ଅଭିମାନ

କି ବୃଥା ଅହଙ୍କାରର ଦମ୍ଭ

ସବୁରି ମୁଣ୍ଡ ଉପରେ ରହି ସେ

ଢ଼ାଳି ଦେଉଥାଏ ଆଶିଷ।

ଏ ଶୂନ୍ୟ ପୁଙ୍ଗୁଳା ଆକାଶକୁ

ବେଳେ ବେଳେ

ମେଘ ଦିଏ ଘୋଡ଼ାଇ,

ଦେଲେ ତାକୁ ବୁଝାଇ

ବରଷି ଯାଏ ସରାଗରେ

ଅମୃତ ଦିଏ ଅଜାଡି।

ସବୁଜ ସୁଷମାରେ ଭରି

ଫୁଲେ ଫଳେ ହସେ ଧରଣୀ,

ଋତୁ ବଦଳାଇ

ଆବଶ୍ୟକତା ଯାହା

ଦିଏ ସବୁ ପୁରାଇ

ସମୟର ସୁବିଧା ସୁଯୋଗ ଆଣି।

ସବୁରି ମଙ୍ଗଳ ଲାଗି

ଅବିରତେ ଦେଉଥାଏ ଖରା ବର୍ଷା,

ମନରେ ତାର ନ ଥାଏ

ଭେଦାଭେଦ କି ଘୃଣା ଇର୍ଷା।

ଏ ଦୁନିଆଁକୁ ସେ

ବୁଝାଇ ଦିଏ

କିଛି ନୁହେଁ ନିଜସ୍ଵ ତାର,

ସମସ୍ତେ ତାର ନିଜର

ସେ ସାରା ଜଗତର।

ଶୂନ୍ୟ ପୁଙ୍ଗୁଳା ରହିବା 

ସ୍ଵତନ୍ତ୍ର ନିଆରା ତାର

ଅକୁଣ୍ଠିତ ଭାବରେ ଦିଏ

ହୃଦୟର ସହାନୁଭୂତି ଅନୁକମ୍ପା,

ତା' ଗୁଣ ସ୍ଵଭାବର କା' ନିଏ

ସଂସାରରେ ବାପା।

ସବୁ କିଛି ଦେଇ ବଳିଦାନ

ସିଏ ବି ସେମିତି ପୁଙ୍ଗୁଳା ରହେ

କିଛିକୁ ରଖେନା ସେ ପାଖରେ ତା'ର,

ଆକାଶ ପରି ଉଦାର ନମ୍ର 

ରହେ ନିର୍ବିକାର

ଉତ୍ସର୍ଗ କରିଦିଏ ସବୁ

ଯା' ହୁଏ ତା' ପରିବାରର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract