STORYMIRROR

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ଯାତ୍ରା

ଯାତ୍ରା

1 min
131

ରଙ୍ଗ ମଞ୍ଚର ନାୟକ ନାୟିକା

ରାତିକ ଯାତ୍ରା ପାଇଁ

କିଏ ହୁଏ ରାଜା କିଏ ପୁଣି ପ୍ରଜା

କଳା ଦେଖାଉଛୁ ଥାଇଁ।

ରାଜା ଯଦି ପ୍ରଜା ମଙ୍ଗଳ କରେ

ଜୟ ଜୟ ପୁରସ୍କାର

ଅମଙ୍ଗଳ କରି କଷ୍ଟ ଦେଉଥିଲେ

ମିଳେ ତାଙ୍କୁ ତିରସ୍କାର।

ଜଗତ କରତା ସବୁରି ସରଧା

ଗଢି ତୋଳି ଦେଲେ ଘର

ଖଞ୍ଜି ରଖିଦେଲେ ସକଳ ଦରବ

କିଏ ନୁହେଁ ତାଙ୍କ ପର।

ଆମ ଭିତରେ ଉଚ ନୀଚ ଭାବ

 ଦରିଦ୍ର ଉପରେ ଦାଉ

ଆମ ସିକୃତିରେ ଯିଏ ହୁଏ ମନ୍ତ୍ରୀ

ସେପୁଣି ଦେଖାଏ ଭାଇ।

ପରିବାର ପରି ମଧୁର ସମ୍ପର୍କ

ସ୍ଵାର୍ଥର ଦୁଆରେ ବନ୍ଧା

ପଚାରେନି ପୁଅ ବୁଢ଼ା ବାପଟିକୁ

ମାନବତା ହେଲା ଅନ୍ଧା।

ଖଳ କୌଶଳ କୁଟ କପଟରେ

ପୁରିଯାଉଅଛି ଜଳ

ସହଯୋଗ ପରି ସରାଗ ନାହିଁ

ଅହଙ୍କାର ବଡ ବଳ।

ଯାତ୍ରା ଜଗତ ଯାତ୍ରୀର ପଥ

ରାତ୍ରିକ ପାଇଁ ନାଟ,

ମହାନାଟକର ନାୟକ ନିଶ୍ଚୟ

ଜଗିଛନ୍ତି ଆମ ଘାଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance