STORYMIRROR

ଗଣେଶ୍ୱର ବେହେରା

Action Inspirational

3  

ଗଣେଶ୍ୱର ବେହେରା

Action Inspirational

ମୋ ଜନମ ଦିନ

ମୋ ଜନମ ଦିନ

1 min
140

ମୋ ଜନମ ଦିନ 

ମୁଁ ପ୍ରାୟ ଭୁଲିଯାଏ 

କାହିଁକି କେଜାଣି !

ଭିଡ଼ ଜୀବନ ହେତୁ ହେଉ 

ଅବା ହୁଗୁଳା ଆକର୍ଷଣ ହେଉ 


ହଁ ମୋ ବୋଉ ଜମା ଭୁଲେନି 

ମାଳିଘରେ ଫୁଲ ବଇନା ଦିଏ 

ଗ୍ରାମଦେବତୀ ଙ୍କୁ ବଡ଼ସିଂହାର ପାଇଁ 

ନନା ଙ୍କୁ ଖବର ଦିଏ 

ସତ୍ୟନାରାୟଣ ପୂଜା ପାଇଁ 

ପୁରୀ, ଡାଲମା ପାଇଁ 

ଚିଜ ସବୁ ବରାଦ ଦିଆ ସରିଥାଏ 

ବାପାଙ୍କ ଗୋଚର ରେ ।


 ହେଲେ ମୁଁ ସକାଳୁ ଜାଣେ 

ବୋଉ ତାଗିଦ କରେ

ମନ୍ଦିର ସଅଳ ଯିବାକୁ 

ମାଆଙ୍କ ପାଖରେ ଲମ୍ବ ହୋଇ ପଡିବାକୁ ।


ଆଖିରେ,ତାର ଦୁଇଟୋପା ଲୁହ 

ଜକେଇ ଯାଏ ଅଜାଣତରେ 

ଆଖି ପୁରେଇ ଦେଖେ 

ଛାତି ଚିରା ଚାରା କୁ ।


ପାଖରେ ଥାଆନ୍ତି ବାପା 

 ଆତ୍ମତୃପ୍ତି ର କୋହ ଚାପିରଖି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action