STORYMIRROR

ଗଣେଶ୍ୱର ବେହେରା

Others

3  

ଗଣେଶ୍ୱର ବେହେରା

Others

ଆତ୍ମିକ ପାର୍ବଣ

ଆତ୍ମିକ ପାର୍ବଣ

1 min
153

 

ମୋ ବିଦଗ୍ଧ ଅକାଶ

ଅନ୍ତରାତ୍ମାରେ ଖୋଜିବୁଲେ 

ପ୍ଳାବନର ନିଆରା ଓଦା ଆଲିଙ୍ଗନ 

ଭଙ୍ଗୁର ଆବେଗର କଣଠେସା ଅଭିମାନ 

ନିସ୍ତବ୍ଧ ନିର୍ଲିପ୍ତ ମୁହୂର୍ତ୍ତରେ.....


କାଶତଣ୍ଡୀର ବିଭୋର ବାସ୍ନା 

ମୋତେ ପ୍ରକୃତିସ୍ଥ କରାଏ  

ଅମାନିଆ ଲୁହ ସବୁକୁ ଆପଣାଇ ନିଏ

ମୁମୂର୍ଷୁ ସ୍ଵପ୍ନମାନେ ଜୀବନ୍ୟାସ ପାଆନ୍ତି 

ଏକ ଅଜଣା ନୈସର୍ଗିକ ସର୍ତ୍ତରେ....


 ଅଣନିଃଶ୍ବାସୀ ଭାବନା ମାନେ 

ରହଣିଆ କୋହକୁ ମାଜି ବସନ୍ତି 

ପକ୍ଷପାତୀ ପବନ ପୁଣି ଆନମନା ହୁଏ

ପାର୍ବଣର ସିକ୍ତ ମାଦକତା ଆଙ୍କି ହୁଏ

ମୁକୁଳା ହୃଦୟମାନଙ୍କ ବ୍ୟାକୁଳ କାନଭାସରେ....


ପ୍ରକୃତିର ଶାରଦୀୟ ମୂର୍ଚ୍ଛନା 

ମୋ ଷଡରିପୁଙ୍କୁ ବଶୀଭୂତ କରାଏ

ମାତୃଶକ୍ତିର ଉଚ୍ଛ୍ୱାସ ଧମନୀରେ ଧାଇଁଯାଏ 

ଚେତନାର ବିବର୍ତ୍ତନ ସ୍ନିଗ୍ଧ- ଏକାଗ୍ରତା ଆଣିଥାଏ 

ଏକ ନୂତନ ଆତ୍ମିକ ପାର୍ବଣ ଆକାଂକ୍ଷାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍