ମୁଁ ସାବିତ୍ରୀ
ମୁଁ ସାବିତ୍ରୀ
( ମୁଁ ସାବିତ୍ରୀ)
ମୁଁ ଆଧୁନିକା
ହେଲେ ଭୁଲିନି ପରମ୍ପରା
ସଞ୍ଜ ସଳିତା
ଅବା ସଅଳ ଉଠା ।
ମୁଁ ଶିକ୍ଷିତା
ହେଲେ ଭୁଲିନି ବ୍ରତଓଷା
ଲିପା ପୋଛା
ଅବା ସେବା ଶୁଶ୍ରୂଷା ।
ମୁଁ କର୍ମଜୀବୀ
ଅବା ସୁଗୃହିଣୀ
ଭୁଲିନି କେବେ
ମୁଣ୍ଡେ ହାତେ ଓଢଣୀ ।
ମୁଁ କଳାକାର
ସଂସାର ମଞ୍ଚରେ
ହଜିନି କେବେ
ଅପସଂସ୍କୃତିର ପଞ୍ଝାରେ ।
ମୁଁ ସଳିତା
ସ୍ନେହଶ୍ରଦ୍ଧା ଚଉରାରେ
ଜଳିଛି ପୁଣି
ଅନ୍ୟାୟ ,ଉପେକ୍ଷା ବିରୁଦ୍ଧରେ।
ମୁଁ ସାବିତ୍ରୀ
ବିଶ୍ବାସର ଆଲିଙ୍ଗନେ
ବଞ୍ଚିଛି ସଦା
ସତ୍ଯବାନର ପ୍ରେମ ସମର୍ପଣେ
ସାଥୀ ହେଉଥିବି ଜନମେ ଜନମେ
ଶୁଭ ମନାସେ ବିଭୁ ଚରଣେ ।
