ଅପରିଚିତ
ଅପରିଚିତ
ବସିଥିଲି ନିରୋଳା ରେ
ଅପରିଚିତ ଙ୍କ ସଙ୍ଗରେ
ଝରଣାରେ ଥିଲା ଜହ୍ନ
ଅପରିଚିତ ରୁ ପରିଚିତ
ହେଲେ ଯେବେ ଦେଲେ ମନ
ସଫେଦ ଥିଲା ତୋଫା ଜହ୍ନ
ପରିଷ୍କାର କଳଙ୍କ ହୀନ
ସେଦିନ ସମୁଦ୍ର ବେଳା ରେ
ପଡ଼ିଥିଲା ଭାସମାନ ଜହ୍ନ
ପରିଚୟ ରୁ ପୁଣି ଅପରିଚିତ
ହେଲେ ଯେଉଁଦିନ
ଜହ୍ନ ରେ କଳଙ୍କ ଚିହ୍ନ
ଦିଶୁଥିଲା ଭାରି ଅପରିଛର୍ଣ୍ଣ।
ପରିଚିତ ଅପରିଚିତ ଭିତରେ
ଅସାମଞ୍ଜସ୍ୟ ପ୍ରତିଧ୍ଵନି ମାନ
ପ୍ରତାରଣା ଜୀବନ ଟା ଭାରି ଛନ୍ଦହୀନ
ଜହ୍ନ ର ନଥାଏ ଚିହ୍ନ ବର୍ଣ୍ଣ
ଜହ୍ନ ଏବେ ଏବେ ଆବେଗ ହୀନ
ଅପରିଚିତ ପରି ଲାଗେ ହୀନିମାନ
ହଜିଯାଇଥିଲା ପରିଚିତ ମନ।