କଳ୍ପନା
କଳ୍ପନା
ହେ କଳ୍ପନା ଆହା କେଡେ ଗୋପନ ଆବେଗ
ଭାଷାର ମନ୍ମୟ ଚାରୁ ବିଭୁଷା ‐ସୌଷ୍ଠବ ॥
ବିଭୁଷାଇ ତୁମେ ହିଁ ତ ମନ ନିଅ ମୋହି
କମ୍ର କାରୁ କାଉଁରୀ ରେ ଭାଷା ବିଶୋଭାଇ ॥
ଭାବମୟୀ ସୁ‐ସରସ ରସ‐ ମନ୍ଦାକିନୀ
ଧାରା ଶିକ୍ତ ମନୋରମ ଉଲ୍ଲାସ ଦାୟିନୀ ॥
ଭାଷା ଭାବ ବିଭୁଷାଇ କଳପନା ତୁମେ
ରଚନା କୁ ବିଶୋଭାଅ ଅତୁଳ ଲାବଣ୍ଯେ !!!!
କାବ୍ୟ ସୁନ୍ଦରୀ ତୁମରି ପାଇଁ ସୁରୁଚିର
ହାବ ଭାବ ହାସ ଭାସ , ପ୍ରକାଶେ ମଞ୍ଜୁଳ ।
ଆହା କି ଦିବ୍ୟ ପୁଲକ ପ୍ଲାବନ ଖେଳାଇ
ଆହା କି ରମ୍ୟତା ଭରା ଭାବ ଉନ୍ମାଦନା
ଅନୁଭୁତି ଅନୁସାରେ , ନବୀନ ଚେତନା ।
ଆବେଗ ଆହ୍ୱାନ ଧାରା ଅସୀମ ପ୍ରବାହ
ରୂପରେ ପ୍ରକାଶ ପାଏ , ତୁମ ଯୋଗୁଁ କାର୍ଯ୍ୟ ।
ସଫଳ କାହାଣୀ କବିତା ଓ କବିଙ୍କର
ହୃଦୟ ଜିଣିବା ସ୍ବପ୍ନରେ ଯା ଭରପୁର ।
ସକଳ ର ପ୍ରକାଶ କ ତୁମେ ହିଁ କଳ୍ପନା
ତୁମ ଯୋଗୁଁ , ପ୍ରାଣୀ ଲଭେ ସୁଦିବ୍ୟ ଚେତନା ।