STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ହଁ

ହଁ

1 min
124

          

ତୁମର ସବୁ କଥାରେ 'ହଁ' ନ ଭରିଲେ

ଏମିତି ତୁମେ ହୁଅ କାହିଁକି କେଜାଣି

ସୁନ୍ଦର ମୁହଁଟାକୁ ତୁମର ମଳିନ କରିଦିଅ

ଲାଗେ ଘୋଟି ଆସୁଛି କି କଳାହାଣ୍ଡିଆ ମେଘ

ଏଇ ବରଷି ଯିବ ବାଦଲ ଫଟାଇ 

ମୂଷଳ ଧାରାରେ ତୁହାକୁ ତୁହା ଅଚାନକ୍,

ଆଖି ଦୁଇଟି ବି କଜ୍ଜଳ ଧାରେ 

ହୁଏ ଫୁଟା ପଦୁଅଁ ପରି ଢ଼ଳ ଢ଼ଳ

ଦେଖୁ ମୁଁ ହୋଇଯାଏ ବାଷ୍ପାକୁଳରେ ଅବାକ୍।

ମନ ରଖିବାକୁ 'ହଁ' ବାହାରି ଆସେ ନାଭି ମୂଳରୁ

ଖୋଜେ ଆଶ୍ରୟର ଏକ ନିର୍ଭରଯୋଗ୍ୟ ସ୍ଥାନ

ଅନ୍ତତଃ ବଞ୍ଚି ଯିବାକୁ ବରଷା ମାଡ଼ରୁ,

ସତରେ ଏ 'ହଁ' ଶବ୍ଦରେ ତୁମର ଏତେ ଦୁର୍ବଳତା

ବୁଝିବା ଚେଷ୍ଟା କରି ହୁଏ ମୁଁ ବିଫଳ 

ତୁମେ ଭଲ ଭାବରେ ଜାଣ ମୁଁ 'ହଁ' କହିଦେଲେ

ପର ମୁହୂର୍ତ୍ତରେ ସେ 'ହଁ' କୁ ' ହଁ 'ରେ

ରଖି ପାରେନି ବଳବତ୍ତର କରି

କାହିଁକି ନା ସେ 'ହଁ' ପ୍ରତି ମୋର ସାମର୍ଥ୍ୟ

ଆସେ ନାହିଁ ପରିବେଶ ପରିସ୍ଥିତି ଦୃଷ୍ଟିରୁ।

ତଥାପି ତୁମକୁ 'ହଁ' ର ସ୍ଵାଦ ଲାଗେ ଭାରି ମିଠା

ତୁମ ଭିତରେ ଦେଖେ ସକରାତ୍ମକ ସମ୍ଭାବନା 

ଶୁଣିବା ମାତ୍ରେ ହସି ଦିଅ ଫିକ୍ କିନା

ଲାଗେ କଳା ବାଦଲ୍ ଭିତରୁ ବାହାରି ଆସିଲା କି

ଧୋବ ଫରଫର ଚାନ୍ଦିନୀ ଝରା ପୁନେଇଁ ଚାନ୍ଦଟା,

ଆଖି ତୁମର କଥା କହେ ନୀରବତାରେ

ସପନର ଶେଜ ପାରିଦିଏ ବିଶ୍ରାମ ଦେବାକୁ

ଲାଗେ ତୁମ ହୃଦୟ ବୀଣା ଉଠୁଛି ଝଙ୍କାର ତୋଳି

ତା ଛନ୍ଦ ତାଳରେ ନାଚି ଯିବାକୁ ଛମ୍ ଛମ୍

ଦେଖି ତୁମର ସେ ରୂପ କୁରୁଳି ଉଠେ ମୋ ମନଟା।

ମୁଁ ବୁଝିବାକୁ ବାଧ୍ୟ ହୁଏ ମିଛ ପ୍ରତିଶ୍ରୁତିର 'ହଁ'

ଭିତରେ ବି ଛପିଛି ଭଲପାଇବାର ଏକ ଆଶ୍ଵାସନା

ମଧୁର ପ୍ରେମର ଅହେତୁକ ଆକର୍ଷଣ

ସଂପର୍କକୁ ନିବିଡ଼ କରିବାର ମନ୍ତ୍ର,

ତୁମର ସରଳ ନିଷ୍ପାପ ପବିତ୍ର ହୃଦୟ

ମୋତେ କୁହୁକ ଲଗାଇ ଦିଏ

ମୁଁ ନାଚାର ହୁଏ 'ହଁ' ଭରିବାକୁ ତୁରନ୍ତ

ସେଥିପାଇଁ ତୁମେ ସତରେ ନିଆରା ସ୍ଵତନ୍ତ୍ର।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract