STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ସତ୍ୟ

ସତ୍ୟ

1 min
326


କେତେ କେ ଆସିବେ କେତେ କେ ଯିବେ

ଦୁନିଆଁ ତା ବାଟରେ

କିଏ ଗଲା କିଏ ଆସିଲା ଦୁନିଆଁ ବଡଦାଣ୍ଡେ

ହିସାବ କାହା ପାଖରେ

କାଳିଆ ନେଇଛି ରୂପ ଆଧାଗଢ଼ା କଳିରେ

କଳ୍କୀଯୁଗେ ଅବତରୀ ଅବତାରେ

ପିଠି କଥା ଛାତି ବୁଝିନପାରଇ କିଏ ଏଠି

କୋଳାକୋଳି ସ୍ବର୍ଗଦ୍ୱାରେ

କିଏ ଏଠି କୋଉ ଭାଗ୍ୟ କର୍ମ ନେଇ ଆସେ

ଭୋଗିବାକୁ ପ୍ରାରବ୍ଧ କର୍ମ ଫଳରେ

ମାୟା ମୋହ ବନ୍ଧନ ପଟି ବାନ୍ଧା ଏ ଜଗତେ

କେ କା ଦୁଃଖ ସୁଖ ନେଇପାରେ

ପରିବାର ଅଛି ସମ୍ପର୍କ ବଦଳୁଛି କଳିକାଳେ

ସମୁଦ୍ର ଢେଉ ପିଟୁଛି କୂଳରେ

ଆଜି ହେବ କାଲି ଭବିଷତ ସ୍ମୃତି ବୋଲି

ଜଳେ କିଏ ପଥ ପ୍ରାନ୍ତ ଧାରେ

ଆଜିକୁ ମନଭରି ଭଲପାଇ ଜୀବନ ତରୀ

ବାହିବାକୁ ଦୁନିଆଁ ନାଆରେ

କିଏ କେତେ ଦିନ ପଦ୍ମ ପତ୍ରେ ପାଣି ଢଳଢଳ

ଯିଏ ସତ୍ୟର ସଉଦା କରେ 

ସୂର୍ଯ୍ୟ ଚନ୍ଦ୍ର ଆତଜାତ ବଡଦେଉଳ ନେତ

ସରେ ଜନ୍ମ ସମାଧି ତୀରେ

କାହା ହୃଦୟରେ କିଏ କେତେଦିନ ରହିବ

ଜୁଇ ଜଳିଗଲା ପରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action