STORYMIRROR

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ମହିୟସୀ ନେତ୍ରୀ ଇନ୍ଦିରା ଗାନ୍ଧୀ

ମହିୟସୀ ନେତ୍ରୀ ଇନ୍ଦିରା ଗାନ୍ଧୀ

1 min
292


ଜନ୍ମି ଥିଲ ତୁମେ ଆହା କି ଦିବ୍ୟ ବେଳା ରେ

ଦକ୍ଷିଣ ଭାରତ ଆହ୍ଲାବାଦ ସହର ରେ ।

ଉଣାଇଶ ଶ , ସତର ମସିହା ଦିବସ

ଊଣାଇଶ ତାରିଖ ରେ ନଭେମ୍ବର ମାସ ।

ପିତା ଜବାହର ମାତା କମଳା ନେହେରୁ

ଶ୍ରଦ୍ଧା ଆଦରେ ଲାଳିତ ହୋଇ ବାଲ୍ୟ କାଳୁ ।

ଯକ୍ଷ୍ମା ରୋଗେ ପଡ଼ି ମାତା ଙ୍କ ର ମୃତ୍ୟୁ ହେଲା

ଅଳ୍ପ ବୟସ ରେ ହୋଇ ଗଲ ମାତୃ ହରା ।

ବହୁ ଦୁଃଖେ ବିତାଇଲ ଶୈଶବ ର କାଳ

ଅଧ୍ୟୟନ ରେ ନାନା ନୈପୁଣ୍ୟ ପ୍ରକାଶିଲ ।

ଶାନ୍ତି ନିକେତନ ବିଶ୍ଵ ଭାରତୀ ରେ ଶିକ୍ଷା

ସମାପନ କରି ବିଦେଶ ରେ ଉଚ୍ଚ ଶିକ୍ଷା ।

ଲାଭ କରି ଭାରତୀୟ ରାଜନୀତି କ୍ଷେତ୍ରେ

ଅବତୀର୍ଣ୍ଣ ହୋଇ ଥିଲ ନିପୂଣ ସାହସେ ।

ବହୁ ଘାତ ପ୍ରତିଘାତ ସାମ୍ନା କରି ତୁମ୍ଭେ

ଦକ୍ଷତା ରେ ହେଲ ସର୍ବୋଚ୍ଚ ଶାସକ ଭାବେ ।

ଉଣାଇସ ଶ ' ଛଷଠି ମସିହା ନିର୍ବାଚନେ

ସଂଖ୍ୟା ଗରିଷ୍ଠତା ଘେନି ନିର୍ବାଚିତ ତୁମେ ।

ପ୍ରଧାନ ମନ୍ତ୍ରୀ ପଦ ରେ ହୋଇଲ ଆସିନ

ଅସଂଖ୍ୟ କୃତିିତ୍ବ ଭରା ତୁମ୍ଭର ଜୀବନ ।

ଇନ୍ଦିରା ଗାନ୍ଧୀ ହେ ଆମ ଜାତୀୟ ଜୀବନେ

ଚିର ଦିନ ଅଭୁଲା ରହିଲ ଜନ ମନେ ।


Rate this content
Log in

Similar oriya poem from Abstract