STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ଦୋଳ ଫଗୁ ର ରଙ୍ଗ

ଦୋଳ ଫଗୁ ର ରଙ୍ଗ

1 min
295


ଫଗୁଣ ଆସିଛି ଭରା ହସ ଖୁସି 

ଦୋଳ ଫଗୁ ର ରଙ୍ଗ

ବର୍ଣ୍ଣାଢ଼୍ୟ ବରଣି ସ।ଜିଛି ଧରଣୀ

ସୃଜେ ବର୍ଣ୍ଣ ତରଙ୍ଗ ।

ଉତ୍ସବ ମାଳା ରେ ଦିଶେ ଝଲମଲ  

ବିଭା ବିଭାସ ଛଳେ

ରଙ୍ଗ ବେରଙ୍ଗ ର କୁହୁକ ର ଧାର

 ପ୍ରବାହିତ ସେ କରେ ।

ଦୋଳ ପୂର୍ଣ୍ଣିମା ରେ ଦୋଳ ହୋଲି ଖେଳେ

ଫଗୁ ରଙ୍ଗ ଅବିର

ଫଗୁଣ କୁ କରେ ବର୍ଣିତ୍ସବ ଭାରେ

ଫୁରୁଣା ନିରନ୍ତର ।

ଗୁଣ୍ଡ ଅବିର ରେ ସେ ଫଗୁ ଖେଳ ରେ

 ଅଭିନୟ ଆରମ୍ଭ

କରି ଦିଏ ବିଞ୍ଚି ସୁବାସିତ ସିଞ୍ଚି

ନାନା ବର୍ଣ୍ଣ ବିଭବ ।

ନାଲି, କଳା, ଧଳା, ସବୁଜ ଓ ନୀଳ।

ହଳଦୀ, ଘନ ନୀଳ

ଗୋଲାପୀ ନାରଙ୍ଗୀ ପରି ନାନା ରଙ୍ଗୀ

ରଙ୍ଗର ଶୋଭା ଧାର ।

ପ୍ରବାହିତ ହୁଏ ଜନ ମନ ମୋହେ

ଫଗୁଣ ଫଗୁ ଖେଳ

ଅନୁଷ୍ଠିତ ରସ ବର୍ଣ୍ଣ ର ବିଭାସ

ରୂପେଲି ଝଲମଲ ।

ବୋଳି ଦେଉ ଥାନ୍ତି ଫଗୁ ଖେଳ ମାତି

ନାନା ବର୍ଣ୍ଣ ଅବିରେ

ପିଚକାରୀ କଳ ଚିପି ଚିପି ଚଳ

ରଙ୍ଗର ସିଞ୍ଚନ ରେ ।

ଦୋଳ ହୋଲି ଖେଳେ ଜନେ ନିରନ୍ତରେ

ଆନ ଆନ ଦେହରେ

କରନ୍ତି ଚିତ୍ରିତ ବର୍ଣ୍ଣ ର ବୈଚିତ୍ୟ

ଯେ ଆଚମ୍ବିତ କରେ ।।


Rate this content
Log in

Similar oriya poem from Action