STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ପଖାଳ କଂସାରେ ଓଡ଼ିଆ ସଂସ୍କୃତି

ପଖାଳ କଂସାରେ ଓଡ଼ିଆ ସଂସ୍କୃତି

1 min
290

ପଖାଳ କଂସାରେ ଓଡ଼ିଆ ସଂସ୍କୃତି

ବଞ୍ଚି ବଞ୍ଚାଇ ରଖିଥିଲା ଜାତିର ପ୍ରାଣ

ବଜାଇ ରଖିଥିଲା ପୁଣି ଜାତିର ସ୍ଵାଭିମାନ

ଗର୍ବ ଗୌରବ ଅକ୍ଷୁର୍ଣ୍ଣ ରଖି ସାରା ବିଶ୍ଵେ

ଉଡ଼ାଇ ଚାଲିଥିଲା ତାର ବିଜୟ ଧ୍ବଜା

କୃଷି କାରିଗରୀ ଥିଲା ମୌଳିକ ବୃତ୍ତି

ଧନଧାନ୍ୟେ ପରିପୂର୍ଣ୍ଣ ଥିଲା ରାଇଜ

ସକାଳ ସଂଜେ ପଖାଳ ଖାଇ

ଓଡ଼ିଆ ପୁଅ କରୁଥିଲା ବହୁ ପରିଶ୍ରମ

ପାଉଥିଲା ସେ ଶାନ୍ତି ତୃପ୍ତି ଦୂରାଇ କ୍ଷୁଧା

ପେଟ ବିକଳେ ହାତ ପାତୁ ନଥିଲା

ଗୋଡ଼ଭାଙ୍ଗି ତାର କାହା ପାଦ ତଳେ

ଥିଲା ସେ ସ୍ବତନ୍ତ୍ର ସ୍ଵାଧୀନତା ଚେତା

ବୁଝୁଥିଲା ଜାତିର ମାନ ମର୍ଯ୍ୟାଦା

ପଖାଳ ଖାଇ ଖୁସି ଆନନ୍ଦରେ ବଞ୍ଚୁଥିଲା

ନଥିଲା ତାର ଦୁର୍ବଳ ମନ ରୁଗ୍ଣ ଜୀବନ

ଅଭାବ ଭିତରେ ରଖୁଥିଲା ସ୍ଵଭାବ

ଖାଇବାରେ ରଖୁ ନଥିଲା ଲୋଭ ମୋହ

ସାମାଜିକ ଚିତ୍ର ଚରିତ୍ର ଥିଲା ବଳିଷ୍ଠ

ପବିତ୍ର ସଂପର୍କରେ ରଖୁଥିଲା ଏକତା

ପରସ୍ପରରେ ଥିଲା ସାହାଯ୍ୟ ସହଯୋଗ

ଚାଲି ଥିଲା କାନ୍ଧକୁ ମିଳାଇ କାନ୍ଧ

ହସୁଥିଲା ମାଆ ମାଟି ଜନ୍ମଭୂମି

ମମତାର ଫଲ୍ଗୁ ହେଉଥିଲା ପ୍ରବାହିତ

ପଖାଳ ଦେଉଥିଲା ସଂସ୍କୃତିର ପରିଚୟ

ଅନନ୍ୟ ନିଆରା ତାର ରୁଚିକର ସ୍ଵାଦ

ଭୁଲିଛି ଜାତି ସେ ପଖାଳ କଂସାର ମହାତ୍ମ୍ୟ

ଚଢ଼ି ସଭ୍ୟତାର ଉଚ୍ଚ ସୋପାନ

ନଅ ଭଜା ସାତ ତୁଣରେ ପୁରୁନି ପେଟ

କାମନାର ନିଶାରେ ଖାଇବା ପାଇଁ ବଞ୍ଚୁଛି

ଲଙ୍କା ପିଆଜ ଶାଗ ବଡ଼ିଚୁରା କରେ ଥୁ ଥୁ

ଖାଇଲେ ପଖାଳ ଭୋଗୁଛି ପେଟ ଯନ୍ତ୍ରଣା

ବାଛି ବାଛି ଖାଏ ସବୁ ସୁମିଷ୍ଟ ଖାଦ୍ୟ

ତଥାପି କାହିଁକି ଗ୍ରାସକରେ ଅକାଳ ବାର୍ଦ୍ଧକ୍ୟ 

ଭାଙ୍ଗିଯାଏ ସୁନ୍ଦର ସ୍ଵାସ୍ଥ୍ୟ ହୁଏ ରୋଗାକ୍ରାନ୍ତ

ସକାଳର ପଖାଳରେ ନାହିଁ ଆଦର

ସଂସ୍କୃତିକୁ ଭୁଲି ଆଗୁଆ ହୋଇଛି କିଏ

ନୂତନତ୍ବର ଆବିଷ୍କାର ମାନେ ନୁହେଁ 

ପ୍ରାଚୀନତାକୁ ଏ ଜାତି ଭୁଲିଯିବ ସବୁଦିନେ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action