ଦେବୀ ବୃନ୍ଦା ବତୀ ପାଶେ ସନ୍ଧ୍ୟା
ଦେବୀ ବୃନ୍ଦା ବତୀ ପାଶେ ସନ୍ଧ୍ୟା
ଦେବୀ ବୃନ୍ଦା ବତୀ ପାଶେ ସନ୍ଧ୍ୟା ବତୀ
ଦୀପ ଜଳାଇ ଆଳତୀ
କଲେ ଅତୁଳନ ପୂଣ୍ୟ କୁ ଅର୍ଜ୍ଜନ
ହୋଇ ଥାଏ ନିତି ନିତି ।
ତୁଳସୀ ବୃକ୍ଷର ଅସୀମ ଭଣ୍ଡାର
ସମୃଦ୍ଧ ପୌରାଣିକତା
ପ୍ରତି ଜନ ମନେ ଭରି ଦିଏ ଦିବ୍ୟ
ଚେତନା ସ୍ପନ୍ଦନ ଚିନ୍ତା ।
କୁଚିନ୍ତା , କୁଭାବ ଦୁସ୍ପ୍ରବୃତି ସର୍ବ
ଦୂର କରି ଦିଏ ନିତ୍ୟେ
ଯେଉଁ ଯେଉଁ ସ୍ଥାନେ ତୁଳସୀ ବୃକ୍ଷର
ପୂଜା ଆୟୋଜନ ହୁଏ ।
ବାୟୁ ମଣ୍ଡଳ ରେ ବିଶୁଦ୍ଧ ବାଷ୍ପ ରେ
ଭରି ଦିଏ ଏହି ବୃକ୍ଷ
ସ୍ନେହ , ପ୍ରେମ , ଶ୍ରଦ୍ଧା , ଆଦର ଆଦର୍ଶ
ଉତ୍ତମ ଭାବ ବନ୍ଧୁତ୍ବ ।
ସମୃଦ୍ଧି ନିମନ୍ତେ ପ୍ରସିଦ୍ଧି ଅର୍ଜନ
କରିଛି ଏହି ତୁଳସୀ
ଯ।ହା ପ୍ରଭାଵ ରେ ଗରୀୟ।ନ ଆମ
ଏ ଭାରତୀୟ ସଂସ୍କୃତି ।
ସନ୍ଧ୍ୟା ସମୟରେ ଭୁଆସୁଣୀ ମାନେ
ଜାଳି ଧୂପ ଦୀପ ବତୀ
ତୁଳସୀ ବୃକ୍ଷର ମୂଳରେ ପୂଜନ୍ତି
ଭକ୍ତି ଭାବେ ବୃନ୍ଦା ବତୀ ।
ଏଇ ବୃକ୍ଷେ ଥାଏ ଅସୀମ ଭଣ୍ଡାର
ଔଷଧୀୟ ଗୁଣ ରାଶି
ରୋଗ ର ଆରୋଗ୍ୟ କରି ଦିବ୍ୟ ଭାବ
ଧାରା ସମ୍ଭାର ବରଷି ।
ପ୍ରାଣୀ ଜଗତ ର ଅଶେଷ କଲ୍ୟାଣ
ସାଧୁ ଅଛି ନିତି ନିତି
ତୁଳସୀ ସୁଗନ୍ଧ ଅନୁଭବ କରି
ମନ ପ୍ରାଣ ହୁଏ ଶାନ୍ତ
ପରିବାରେ ଏଇ ବୃକ୍ଷ ଥିଲେ ରହି
ହୁଏ ବହୁ ମୂଲ୍ୟ ହିତ ।
ଶାନ୍ତି ସଦ୍ଭାବନା ଉଲ୍ଲାସ ବିଭୋର
ପ୍ରାଣେ ପୁଣ୍ୟ ଉଦ୍ଦୀପନା
ସହିତ ପୁଲକ ସରଜେ ଏହି ତ
ଦେହେ ଫୁର୍ତ୍ତି ଉନ୍ମାଦନା ।
ପ୍ରଦାନ କରଇ ତୁଳସୀ ବୃକ୍ଷ ହିଁ
ଜୀବନ କରେ ପବିତ୍ର
ଆଧ୍ୟାତ୍ମିକ ପରିବେଶର ପୁଷ୍ଟି ସେ
ଯୋଗାଏ ପ୍ରାଣେ ତୁରିତ ।
ଯେତେ ବର୍ଣ୍ଣିଲେ ବି ସରିବ ନାହିଁ ଯେ
ଏ କ୍ଷୁଦ୍ର ବୃକ୍ଷ ମହିମା
କାହିଁ କେଉଁ କାଳୁ ଚିର ବନ୍ଦିତା ଏ
ହୁଏ ସାନ୍ଧ୍ୟ ଉପାସନା ।
ବିଧି ମତେ କରି ଉତ୍କଳ ଲଳନା
ଲଭନ୍ତି ଅଶେଷ ପୁଣ୍ୟ
ଆଶିଷ ରେ ତାଙ୍କ ପୂର୍ଣ୍ଣ ହୁଏ ବୋଲି
ନର ନାରୀ ମନ ସ୍କାମ ।
ବନ୍ଦା ପନା କରି ଭକ୍ତି ପୂତ ଭାବେ
ତ୍ରିସନ୍ଧ୍ୟା କାଳ ରେ ଜନେ
ସନ୍ଧ୍ୟା ସ୍ତୁତି ଗାନ ଓ ଶଙ୍ଖ ବାଦନ
କରନ୍ତି ଶୁଭ - ସୁକ୍ଷଣେ ।
