ସୁକର୍ତ୍ତବ୍ଯ
ସୁକର୍ତ୍ତବ୍ଯ
ବସି ଖାଉଥିଲେ ସରେ ନଈବାଲି
ମାଗଣା ଖିଆଙ୍କୁ ସବୁ ନିଅଣ୍ଟ,
ଝାଳବୁହା ଧନ ଅରଜି ନଥିଲେ
ଲୁଟିବ ବଇଦ ଅଥବା ଖଣ୍ଟ ।
ମନ୍ଦିରରେ ଯେତେ ବାଡାଉଥା ମୁଣ୍ଡ
ଭଜି ହରିହରି କର କୀର୍ତ୍ତନ,
ପାଚି ଖସିବନି ପାଟିରେ ଭୋଜନ
ଶୋଇଶୋଇ ଖାଲି ଦେଖିଲେ ସ୍ବପ୍ନ ।
ଚଷି ବାରବାଟି ରାତିକେ ଗାଲୁଆ
ରୋଇ ଉଷୁନାକୁ କରଇ ଗଜା ,
ଗାଇ ନିଜ ତୁଣ୍ଡେ ନିଜର ପ୍ରଶଂସା
ନାଚି ବାହା ବାହା ବଜାଏ ବାଜା ।
ପରମୁଣ୍ଡେ ହାତ ବୁଲାଏ ତସ୍କର
ଖୋଜୁଥାଏ ଚୋର ଅନ୍ଧାର ରାତି ,
ପରିଶ୍ରମ ମୂଲ୍ଯ ବୁଝିକି ପାରିବେ
ଖରା ଟାଣ ଯିଏ ଦେଖି ନାହାନ୍ତି ।
ରୋପଣ କରିଲେ ଯତ୍ନେ ମହାବୃକ୍ଷ
ମିଳଇ ସୁଫଳ ଛାୟା ଶୀତଳ ,
ଦେଶ ଜାତି ହିତ ସ୍ବାର୍ଥ ବୃହତ୍ତର
ମଣେ ସୁକର୍ତ୍ତବ୍ଯ ସୁଜ୍ଞାନୀ ନର ।