STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଗୋଟେ ବ୍ୟର୍ଥ ଜୀବନ

ଗୋଟେ ବ୍ୟର୍ଥ ଜୀବନ

1 min
413


ମୁର୍ଖ ମନ ପାରୁନାହିଁ ବୁଝି 

ଜୀବନର ପ୍ରକୃତ ଅର୍ଥ 

କିଏ ତାର ଶ୍ରୀକୃଷ୍ଣ ସିଏ କାହାର ପାର୍ଥ

ସନ୍ଧାନରେ ଅଛି ସିଏ ଏକ ଦୁର୍ଗମ ପଥ, 

ଅଜଣା ସେ ନିଜେ ସାରଥୀ ଅବା ରଥ l

ଚେତନା ମରିଗଲା ପରେ ଶରୀର ବ୍ୟର୍ଥ

ବ୍ୟର୍ଥ ଜୀବନର ଅଜ୍ଞାତ ଅର୍ଥ

ତ୍ୟାଗ କାନ୍ଦୁଛି ଦାନ୍ତ ଦେଖାଏ ସ୍ୱାର୍ଥ l


ଯେଉଁ ପଥେ ଚାଲି କରିବ ଜୀବନ ସାର୍ଥକ

ବୁଝିପାରିବ କିଏ ତ୍ୟାଗ ଆଉ କିଏ ସ୍ୱାର୍ଥ

କେବେକେବେ ମସ୍ତିଷ୍କ ହୋଇପଡ଼େ ବିକୃତ

ତା' ମନରେ ଆସେ ଭାବନାର ଭୂମିକମ୍ପ

ସେ ମନେମନେ କହେ ତା' ଜୀବନ ବ୍ୟର୍ଥ l


ବିଜୟର ସ୍ୱାଦ ତାକୁ ଦେଇପାରୁନି ଆନନ୍ଦ

ପରାଜୟର ଆଶଙ୍କାରେ ସେ ହୁଏନି ବିଷାଦ

ବାଛିପାରୁନି ଦିଗ, ଚିହ୍ନିପାରୁନି ଈଶ୍ବରୀୟ ମାର୍ଗ

ଅନୁଭବ କରେ ନିରସ୍ତ୍ର, ଜଳିଯାଏ ଧୈର୍ଯ୍ୟର ବସ୍ତ୍ର

ନିର୍ବାସିତ ଜୀବନରୁ ନଷ୍ଟ ତା'ର ବୁଦ୍ଧି, ଜ୍ଞାନ

ତାକୁ ସାହସ ଦେଇପାରୁନି କାହିଁ ଅପମାନ l


ନିଜକୁ ଅଯୋଗ୍ୟ ମଣେ ସେ ବେଳେବେଳେ

ନିଦରୁ ଉଠିପଡ଼ି ସେ କେବେ କାନ୍ଦେ ସକାଳେ

କେଉଁଆଡ଼େ ତାର ଗତି ସେ ସଦା ଖୋଜେ ଶାନ୍ତି

ଜାଣିନି ଶାନ୍ତି ଏକ ଭ୍ରମ ଶାନ୍ତି ଏକ ତୁଛ ବିଶ୍ରାମ l

କେବେ ପୁଣି ଖୋଜେ ମୁକ୍ତି ହରାଏ ସେ ଅନ୍ତଃ ଶକ୍ତି

ଜାଣିପାରୁନି ତାର ପ୍ରଗତି, ଉନ୍ନତି ଓ ଅବନତି

ସେ ଲୁହ ପୋଛିବାକୁ ଦୁଃଖ ଫେଡ଼ିବାକୁ ଅସମର୍ଥ 

କାହାକୁ ହସାଇ ସୁଖ ଦେବାକୁ ସତେ କି ଅପଦାର୍ଥ

ଜୀବନ ଲାଗଇ ତାକୁ ବେଳେବେଳେ ବ୍ୟର୍ଥ l


ଅନ୍ଧକାର ସହରରେ ଆଲୋକ କାନ୍ଦୁଛି

ଯିଏ ହସୁଛି ସିଏ ଅହରହ କାନ୍ଦୁଛି

ତୁମେ ଜୀବନକୁ ସହଜ ନେଲେ ଯନ୍ତ୍ରଣା

ତୁମେ ଜୀବନକୁ ଅସହଜ କଲେ ନଷ୍ଟ l

ନିଜକୁ କରିବାକୁ ହେବ ନିଜର ତୀର୍ଥ

ହାରିବାକୁ ଡରିବାର ନାହିଁ ପଛକୁ ଫେରିବାର ନାହିଁ

ଜୀବନର ବୁଝିବାକୁ ଅର୍ଥ, ଚିହ୍ନିବାକୁ ହେବ ସ୍ୱାର୍ଥ

ଏ ଜୀବନ ଲାଗେ କାହିଁକି କେଜାଣି ବ୍ୟର୍ଥ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract