STORYMIRROR

Akshayakumar Dash

Romance Action Inspirational

4  

Akshayakumar Dash

Romance Action Inspirational

ମାଙ୍କଡ଼

ମାଙ୍କଡ଼

1 min
297

ମଣିଷ ମାଙ୍କଡ ଫରକ ଶୁଣ

ଉପରେ ଚିକଣ ଭିତର ଗୁଣ ।


ମଣିଷ ହସିଲେ ମାଙ୍କଡ ଚିଡେ

ମାଙ୍କଡ ଗଛରେ ମଣିଷ ନିଡେ।


ମଣିଷ ଭିତର କପଟ ଜାଲ

ହନୁମାନ ପୂଜାବିପଦ କାଳ।


ବାଡିକୁ ପଶିଲେ ମାଙ୍କଡ ଦଳ

ବାଟୁଳି ଗୁଲର ଦେଖାଏ ବଳ।


ନିଜର ପ୍ରକୃତି ଲୁଚେଇ ଜନ 

ପିରତି ପ୍ରବୃତ୍ତି ନଛାଡେ ମନ।


ମଣିଷ ମୁଖରୁ ଭାଷଣ ବାଣୀ

ଅଭିମାନ ଗର୍ବ ଛଳନା ଜାଣି।


ମଣିଷକୁ ଦେଖି ଖତେଇ ହୁଏ 

ଦାନ୍ତ ନିକୁଟାଇ ଧିକାରୀ କୂହେ।


ସମ୍ପତ୍ତି ଖାତିରି ଗଢ଼ିଲୁ ଘର

ସଙ୍କଟରେ ବଜରଙ୍ଗଙ୍କୁ ଧର।


ପାପ ଧନମନ ଗୋଳିଆ କରି

ଲୋଭଜାଲେମାଛ ଖାଲେଇ ଧରି।


ପ୍ରଶାନ୍ତ ନାମରେ ଅଶାନ୍ତ ଛବି

ପ୍ରସାର ପ୍ରଚାର ବିଶିଷ୍ଟ କବି।


ମାଙ୍କଡ଼ ମଣିଷ ଦୋମିଶା ରୂପ 

ସଂସାର ତୋର ଚଉକା କୂପ।


ଗଛ ଡାଇ ଧରି ରାତିକ ପାଇଁ

ରହିପାରିବୁକି ଆସିଲୁ ଧାଇଁ।


ତୋ ଠାରୁ ମାଙ୍କଡ଼ ମହତ ଭୁଲି 

ଦଣ୍ଡବତ ମାରି ପଲାଉ ବୁଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance