STORYMIRROR

DHARITRI SAHU

Action

4  

DHARITRI SAHU

Action

ପରିପୂରକ

ପରିପୂରକ

1 min
361

"ପରିପୂରକ/ଘରୋଇ ହିଂସା"

Above 30% suffering in India 

ତମେ ପୁରୁଷ 

ତମେ ପୁରୁଷ ବୋଲି କଣ କେବଳ

ତମ ପାଖରେ ଅଛି

 ଏତେ ଅହଂକାର ଭରା

ଆତ୍ମ ସମ୍ମାନ?

କାହିଁ ଦିନ ଟିଏ ପାଇଁ ତ 

ଚାହିଁଲନି ମୋ ପ୍ରବର୍ତ୍ତାଇ ଥିବା

ସଦ୍ଦିଛା ର ମାର୍ଗକୁ,

ଥରୁଟିଏ ତ ଶୁଣିଲନି

ମୋ ହୃଦୟର ଆକୁଳ ନିବେଦନକୁ

ସମାଜ କୁହେ 

ନାରୀ ଆଉ ପୁରୁଷ 

ପରସ୍ପର ପରସ୍ପର ର ପରିପୂରକ 

ଏ କଣ ଖାଲି କଥା ପ୍ରବାଦ

ନାଁ କିଛି ସତ୍ୟ?

 ସର୍ବଦା ହିରଣ୍ୟକଶିପୁ ର ଦର୍ପ ,ଦମ୍ଭ ତମ

ଛାତି ଭିତରେ,

ହୀରଣାକ୍ଷ ର ଗର୍ବ ଓ ଔଦ୍ଧତ୍ୟ ତମ

ଆଚାର ବ୍ୟବହାରରେ।

ରାଜା ବଳୀ ଭଳି ଆତ୍ମଅଭିମାନ

ତମ ମନ ଭିତରେ,

ଆଉ ରାବଣର ଅଜ୍ଞାନ ଅହଂକାରର

ସ୍ବର୍ଣ୍ଣ ବଳୟ ତମେ ତୋଳି ରଖିଛ

 ତମ ଚତୁ଼ଃପାର୍ଶ୍ଵରେ।

କୁମ୍ଭକର୍ଣ୍ଣ ର ଆଳସ୍ୟ କେବଳ

ତୁମକୁ ସୁହାଏ ନା ?

ମହିରାବଣର କପଟତା ଓ

ଭାତୃପ୍ରେମ କଣ କେବଳ ଅଛି

 ତୁମରି ପାଖରେ ?

ନିଜର ସମ୍ପର୍କ କୁ ନ ଚିହ୍ନି 

କଂସ ଭଳି ଅନ୍ୟାୟ ଅତ୍ୟାଚାର 

କରିବା କଣ ତମ ସମ୍ବିଧାନ ଭିତରେ ଭରପୁର ହୋଇ ରହିଛି ?

ମାନି ଦୁର୍ଯ୍ୟୋଧନ ଭଳି 

ସବୁବେଳେ ନିଜର ଆଧିପତ୍ୟ 

ଓ ଷଠତା ଜାହିର କରି

ନିଜକୁ ବଡ଼ ଭାବିବା 

ତମେ ତମର ବ୍ୟକ୍ତିତ୍ବ

 ବୋଲି କାହିଁକି ଭାବୁଛ ?

କଣ' ତମେ ଜଣେ ପୁରୁଷ ବୋଲି ? 

ତମ ଦ୍ଵାରା ସବୁ ସମ୍ଭବ ସବୁ ଠିକ୍ ।

   ଆଉ

 ମୁଁ ଜଣେ ନାରୀ, 

ହଁ ହଁ ମୁଁ ଜଣେ ନାରୀ 

ମୁଁ ମୋ ସମ୍ମାନ ରକ୍ଷା ପାଇଁ 

 କଷ୍ଟ ସହିବା ଶିଖିଛି,

ମୁଁ ଅହଂକାର ଦମନ କରି ଶିଖିଛି,

 ଗର୍ବ ଭାଙ୍ଗି ଶିଖିଛି,

ମୁଁ ଦର୍ପ ଚୁର କରି ଶିଖିଛି,

ଆଳସ୍ୟ ତ୍ୟାଗ କରି ଶିଖିଛି, 

ମୁଁ ଆଧିପତ୍ୟ କେବେ ଚାହିଁ ନାହିଁ,

ସମ୍ପର୍କ ମୁଁ ରଖେ ହୃଦୟରେ,

ଅନ୍ୟାୟ , ଅତ୍ୟାଚାର ମୋ ପାଇଁ

ସର୍ବଦା ଅସହ୍ୟ କର,

ମୁଁ ପ୍ରତିବାଦ କରି ବି ଶିଖିଛି,

ଅସତ୍ୟ କୁ କୁଠାରାଘାତ

କରିବାକୁ ମୁଁ ପଛାଏ ନାହିଁ।

ଅଭିମାନ କୁ ରଖିଛି,

ହେଲେ ଆତ୍ମଅଭିମାନ ଠୁ ଦୁରରେ,

ମାର୍ଜିତ ବ୍ୟବହାର ତ ମୋ ଅଳଙ୍କାର।

ମୁଁ ଦେବା ଶିଖିଛି ବେଶୀ

ନେଇ ପାରେନା କିଛି

ତଥାପି ବି ମୁଁ ଦୋଷୀ

କାରଣ ମୁଁ ନାରୀ।

ମୋ ଆଗରେ ପଛରେ 

 ମାଳ ମାଳ ଅଳଙ୍କାର ଲାଗିଛି

ମୁଁ ସର୍ବଂସହା, ମୁଁ ସହୁଛି ଆଉ

ସହିବି ପାରିବି 

ଶେଷ ନିଃଶ୍ୱାସ ତକ।

ମୁଁ ଛୋଟ ହୋଇ ଯାଇନି,

    ନା କେବେ ହେବି

ମୁଁ ନାରୀ ହୋଇ ଏବେ ବି ରହିଛି..

ହଁ ଏବେ ବି ରହିଛି।

 ଏ ତ କେବଳ ସମ୍ଭବ

ଏକ ଭାରତୀୟ ନାରୀର ଆଭୁଷଣରେ,

 ମୁଁ ତ ସେହି ଭାରତୀୟ ନାରୀ ।


Rate this content
Log in

Similar oriya poem from Action