STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ସ୍ନେହରୁ ମୋହଯାଏ

ସ୍ନେହରୁ ମୋହଯାଏ

1 min
415


ମଣିଷ ଜନ୍ମରୁ ମରଣ ଯାଏ

ପାଦରୁ ମସ୍ତକ ଯାଏ

ଲଢୁଥାଏ ଅହରହ ଅନବରତ

ବଞ୍ଚୁଥାଏ ଜୀବନରେ ଜୀବନ ସହ

ଲାଗେ ତାକୁ ମରଣ ସହଜ ବସ୍ତୁଟେ

ଭାବିଦିଏ ମରୁଛି ସେ ନିଜ ଭିତରେ ନିଜସହ।


କେବେ ବନ୍ଧନରେ ଥାଇ ଖୋଜେ ମୁକ୍ତି

କେବେ ମୁକ୍ତି ପାଇଲା ବେଳକୁ ଖୋଜେ ବନ୍ଧନ

ସେ ନିଜେ ହଜି ପୁଣି ନିଜକୁ ଖୋଜୁଥାଏ

ସେ ତର୍କ କରୁଥାଏ ଅଜାଣତରେ

ଆଶାର ନଈରେ ବି ଆଶଙ୍କା ଦେଖୁଥାଏ।


ସେ ଅର୍କରେ ଶୀତଳତା ସନ୍ଧାନ କରେ

ପୁଣି କେବେ ଜହ୍ନରେ ଖୋଜେ ଉତ୍ତାପ

ମୋହ ଯେବେ ମାୟା ପାଲଟେ କରେ ସେ ବିଳାପ, 

ପ୍ରାଣୀ ନିଃଶ୍ୱାସ-ପ୍ରଶ୍ୱାସ ଆରମ୍ଭରୁ

ନିଜ ସହ ଅନ୍ତଃକରଣେ ଯୁଦ୍ଧ କରୁଥାଏ।


ସ୍ନେହରୁ ଆରମ୍ଭ କରି ମୋହଯାଏ

ସୁଖ ଖୋଜୁଥାଏ କିନ୍ତୁ ଦୁଃଖ ଭୋଗୁଥାଏ

ଯିଏ ଦୁଃଖକୁ ଚିହ୍ନିଯାଏ ସେ ହସୁଥାଏ

ମଣିଷ ଅବିଶ୍ରାନ୍ତ ଲଢୁଥାଏ ସ୍ନେହରୁ ମୋହଯାଏ।


ଆସ ଚିହ୍ନିବା ସ୍ନେହ ମୋହ ଓ ମାୟା

କିଏ ଜୀବନ ଦିଏ କିଏ ଗଢେ ମିଛ କାୟା

ପରଖିବା ନିଜକୁ ପ୍ରତିଥର ଏକାନ୍ତରେ

ଆଇନାର କାଚଭିତରେ ବିବେକକୁ ଦେଖି

ଗର୍ବୀତ ହେଉଛେ ଅବା ଲଜ୍ଜିତ, ନିନ୍ଦିତ

ମୋହ କନ୍ଦାଏ,ସ୍ନେହ ହସାଏ,ଶ୍ରଦ୍ଧା ସୁଖ ଦିଏ

ଜୀବନକୁ ବଞ୍ଚିବା ଶିଖିବା ଜୀବନର ଗୀତ ଗାଇବା। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract