STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପଖାଳ କଂସାରେ

ପଖାଳ କଂସାରେ

1 min
305


ପଖାଳ କଂସାରେ ମନ ପ୍ରଭୁଙ୍କର

     ସେତ ଜଗତର ନାଥ

କୋଟି ଓଡିଆଙ୍କ ମଉଡ଼ ମଣୀ ଯେ

     ପୂର୍ଣ୍ଣ ସର୍ବ ମନୋରଥ।

କେଡେ ଆପଣାର କେତେ ମିତ୍ର ଭାବ

      ଆମ ରାଇଜ ଦରବେ

ଆମରି ସଂସ୍କୃତି ଆମ ପରମ୍ପରା

       ଫୁଟି ଉଠେ ପ୍ରତି ପର୍ବେ।

ପ୍ରଭୁଙ୍କ ପାଖରେ ଯେତେ ଦିନ ଯାଏ

       ରହିଛି ପଖାଳ କଂସା

ଓଡ଼ିଆଙ୍କ ଭେକ ରହିବ ଜୀବିତ

      ନ ବୁଡିବ କାର ହଂସା।

ପଖାଳ ସାଙ୍ଗକୁ ବାଡି ବାଇଗଣ

       ଲଙ୍କା ସାଥେ ବଡି ଚୁରା

ଦହି ଟିକେ ଥାଇ ଆଚାର ସହିତ

       ଭୋକ ଅଭାବ ପାଶୋରା ।

ଖାଇବା ପୂର୍ବରୁ ଜଗନ୍ନାଥ କହି

       କରି ଦେଲେ ସମର୍ପଣ 

ତାହା ଆମ ପାଇଁ ପ୍ରସାଦ ହୁଅଇ

       ଧନ୍ୟ ତାଙ୍କ ପ୍ରଭୁ ପଣ।

ଯେତେ ଦିନ ଯାଏ ଥିବ ନୀଳାଚଳେ

        ଓଡ଼ିଆ ଥିବ ଆନନ୍ଦେ

ତୁମ ଲାଗି ସିନା ଧର୍ମ କର୍ମ ସବୁ

        ହସୁ ଥାଅ ମନ୍ଦେ ମନ୍ଦେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action