STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପ୍ରଭାତ ବନ୍ଦନା

ପ୍ରଭାତ ବନ୍ଦନା

1 min
330


ପୂରୁବ ଦିଗରେ ଉଇଁଲେଣୀ ଦିନମଣି

 ସିନ୍ଧୂରା ଫାଟିଲା କୁଆ ମାନେ ରାବିଲେଣି।

 ଉଦ୍ୟାନେ ଫୁଟିଛି ଭଳି ଭଳି କେତେ ଫୁଲ

ରଙ୍ଗରେ ଗୁଣରେ ନ ହୋଇବେ କାହା ତୁଲ 

ପରଜା ପତିଏ ଉଡୁଛନ୍ତି ଫୁଲେ ଫୁଲେ

 ମନ୍ଦ ପବନରେ କି ଆନନ୍ଦେ ସେତ ଝୁଲେ।

ପଦ୍ମ ଫୁଟିଅଛି ସରୋବର ଶାନ୍ତ ନୀରେ

 ସୁରୁଜ ପ୍ରେୟସୀ ଯେତେ ହେଉ ଯେତେ ଦୁରେ।

ସକାଳ ଭାବନା ଭରିଦିଏ କେତେ ଆଶା

କରମ କରିଲେ ଜଗଦୀଶ ଦ୍ୟନ୍ତି ଦିଶା।

ପ୍ରକୃତି ସହିତ ମିଳି ମିଶି ଯିଏ ଚଳେ

 ପ୍ରାରବ୍ଧ ତାହାର ହଟି ଯାଏ ବଳେ ବଳେ।

ଆଳସ୍ୟ ବଶରେ ଦାରିଦ୍ର୍ୟତା ବେଶୀ ବଢେ

 ମଣିଷ ଜୀବନ ଅସାର୍ଥକ ପଣେ ସଢେ଼।

ତେଣୁ ହେ ମାନବେ କରମ କୁ କର ଗୁରୁ

ଆଦର ପାଇବ ଜଗନ୍ନାଥ ମହା ମେର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action