STORYMIRROR

Dr. Rajib Lochan Panigrahy

Abstract

4  

Dr. Rajib Lochan Panigrahy

Abstract

ସିଂହ ଦ୍ୱାରେ ଅରୁଣ ସ୍ତମ୍ଭ

ସିଂହ ଦ୍ୱାରେ ଅରୁଣ ସ୍ତମ୍ଭ

1 min
25

ଅରୁଣ ଗରୁଡ଼ ଦୁଇ ଭାଇ 

ଶ୍ରୀମନ୍ଦିରେ ଅଛନ୍ତି ରହି 

ବେନି ଭାଇ ରହିଛନ୍ତି ଚାହିଁ 

ଶ୍ରୀମନ୍ଦିରେ କଳା ଶ୍ରୀମୁଖକୁ

ସେବାରେ ନିମଗ୍ନ ଗରୁଡ଼ ଅଟନ୍ତି 

ଅରୁଣ ବାହାରେ ରହିଛନ୍ତି ଜଗି 

ଅରୁଣ ଅଟନ୍ତି ସୂଯ୍ୟଙ୍କ ବାହାନ

ଗରୁଡ଼ ଯେ ଅଟନ୍ତି ବିଷ୍ଣୁଙ୍କର 

ଅରୁଣ ଥିଲେ ସୂର୍ଯ୍ୟ ମନ୍ଦିରରେ 

ତାଙ୍କୁ ସ୍ଥାପିଲେ ବଡ଼ ଦାଣ୍ଡରେ 

ଅରୁଣ ସ୍ତମ୍ବର ମରିଲେ ମୁଣ୍ଡିଆ 

ପଶିବେ ଭକତ ଶୀରି ମନ୍ଦିରରେ 

ଯେଉଁ ଭକତ ନ ଯିବ ମନ୍ଦିର 

କରିବ ଦର୍ଶନ ଅରୁଣ ସ୍ତମ୍ଭକୁ 

ସେଇଠି ଦିଶିବେ ପତିତପାବନ 

ଦର୍ଶନ ମିଳିବ ଦୁଇ ଚକାନୟନ 

ଅରୁଣ ଅଟନ୍ତି ପ୍ରବେଶ ର ପଥ 

ଦର୍ଶନ ହେଲେହିଁ ଶ୍ରୀମନ୍ଦିର ଯିବ 

ସିଂହଦ୍ୱାରେ ବିଜେ ଅରୁଣ ସ୍ତମ୍ଭ 

ମହାନତା ଗାଥା ଲାଗଇ ଅପୂର୍ବ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract