ରାଧା ରାଧା ଡାକେ ମୋହନ ବଂଶୀ
ରାଧା ରାଧା ଡାକେ ମୋହନ ବଂଶୀ
ବାଉଁଶ ତରିଛି ହୋଇ ସେ ବଂଶୀ
କୃଷ୍ଣ ଙ୍କ ପାତିରେ ବାଜି
ସେ ବଇଁଶୀ ସ୍ଵନ ଆଉ କେ ପାଇବ
ସମ୍ମୋହନ ଶକ୍ତି ଥାଇ
ବଇଁଶୀ କହିକେ କୃଷ୍ଣଙ୍କୁ ବୁଝାଏ
ମୁରଲୀ ଫୁଙ୍କା ତା ନାମ
ସେ ମୁରଲୀ ସ୍ଵନ ବାଜିଲେ ସକାଳୁ
ହୁଅନ୍ତି ସୂର୍ଯ୍ୟ ଉଦୟ
ବଇଁଶୀ ନଥିଲା ନଥିଲା ବାଉଁଶ
ଥିଲା ନିୟନ୍ତ୍ରଣ ଯନ୍ତ୍ର
ତାର ସ୍ଵନ ଶୁଣି ଗୋପୀ ଗୋପାଳୁଣୀ
ହେଉଥିଲେ ମନ୍ତ୍ର ମୁଗ୍ଧ
ବଇଁଶୀ ବାଜିଲେ ଗୋମହିସାଦି
ଆପେ ହୋଇଯାନ୍ତି ମେଳି
ଗୋ ବତ୍ସା ଧରି ବନକୁ ଶ୍ରୀହରି
ଯାଆନ୍ତି ଧେନୁ ଚରାଇ
ସମୁଦ୍ରର ଜଳ ଶାନ୍ତ ହୋଇଯାଏ
ବଇଁଶୀ ସ୍ଵନକୁ ଶୁଣି
ଗୋପାଳକ ଗଣ ଆନନ୍ଦ ମନରେ
ଜୀବନ ବିତାଇଥାନ୍ତି
ରାଧା ରାଣୀ ହୋଇଲେ ବାୟାଣୀ
ବଇଁଶୀ ସବଦ ଶୁଣି
କୃଷ୍ଣ ପ୍ରେମେ ପଡି ହୃଦୟକୁ ଦେଲେ
କଳା କୁସିଆଁ କୁ ଦେଖି
ଯମୁନା କୂଳରେ କଦମ୍ବ ମୂଳେ
ଧେନୁ ଚରାଇଲା ବେଳେ
ବଇଁଶୀର ସ୍ଵନ ଚତୁଃର୍ଦିଗ ଶୋହେ
ତରୁଲତା ପଲ୍ଲାବିତ ହୁଏ
ସେ ବଂଶୀର ସ୍ଵନ ମଥୁରା କଟକେ
ଯାଇ ଗୁଞ୍ଜରିତ ହୁଏ
ବିରହ ଜ୍ୱାଳାରେ ଗୋପୀ ଗୋପାଳୁଣୀ
ମାନେ ଦମ୍ଭ ଭରିଯାଏ
ସେ ବଇଁଶୀ ସ୍ଵନ ଆଉ ଶୁଭୁନାହିଁ
ଯମୁନା କଦମ୍ବ ମୂଳେ
ଯମୁନାର ଜଳ ମଥୁରା କଟକ
ବଇଁଶୀ ସ୍ୱରକୁ ଝୁରେ
ସେ ଛନ୍ଦା ଚରଣ ବଇଁଶୀ ବାଦନ
ବାଳ ମୁକୁନ୍ଦ ବେଶ
ମୟୁର ଚୁଲିଆ ବାଙ୍କ ଚାହାଣି
କ୍ଷୀରଚୋରା ଗୋପୀନାଥ
ସେ ରୂପକୁ ଧ୍ୟାୟୀ ରାଧା ବିରହୀଣୀ
ବଇଁଶୀ ପାଇଁ ପାଗଳ
ସେ ରୂପକୁ ଚାହିଁ ସେ ରୂପକୁ ଧ୍ୟାୟୀ
ଜଳୁ ମୋ ଜୀବନ ଦୀପ ।