STORYMIRROR

LALIT MOHAN DASH

Romance

3  

LALIT MOHAN DASH

Romance

ବସନ୍ତ

ବସନ୍ତ

1 min
173


ସଜବାଜ ହୋଇ ଆସିଛି ଫଗୁଣ

ବାସ ଚହଟାଇ ତାର

କୋଇଲିର ମିଠା କୁହୁ ତାନେ ତାନେ

ଉପବନେ ଧରଣୀର।।

ମୃଦୁ ମଳୟର ପରଷ ପାଇ ଯେ

ହସି ଉଠେ ଧରା ମନ

ଅସରନ୍ତି ଆଶା ମନେ ଭରିଯାଏ

ବିଭୋରେ ଆନନ୍ଦ ପ୍ରାଣ।।

ଫଳ ପୁଷ୍ପେ ବିମଣ୍ଡିତ ତରୁଲତା

ନବ ପଲ୍ଲବିତ ସାଜେ

ବସନ୍ତ ସମୀର ବହେ ଧିର ଧିର

ଫଗୁଣର ଗୀତ ସାଥେ।।

ସୌନ୍ଦର୍ଯ୍ୟ ଶୁଶମା ତାର ଲାସ୍ୟରତା

ରୁପ ଲାବଣ୍ୟ ଭଣ୍ଡାର

ସୁନ୍ଦର ତୃପ୍ତିର ଅବସାଦ ନାହିଁ

ସବୁଜ ବନାନୀ ତାର।।

ମଧୂପ ଗୁଞ୍ଜନେ ଗୁଞ୍ଜରିତ ହୁଏ

କୁସୁମ କାନନ ବନ

ଗୁଣୁ ଗୁଣୁ ଗୀତଗାଇ ଭ୍ରମ ପଲ

ଦିଅନ୍ତି ପୁଷ୍ପେ ଚୁମ୍ବନ।।

ଝରା ବଉଳର ପୁଲକରେ ଭରେ

ଚଉଦିଗ ମହକଇ

ଭଲି ଭଲି ରଙ୍ଗ ଫଗୁଣେ ସାଜଇ

କେତେ ରଙ୍ଗ ମାଖି ହୋଇ।।

ଫୁଲ ର ଫାଲ୍ଗୁନୀ ଗାଏ ପ୍ରେମ ରାଗ

ବୟଷର ସପ୍ତରଙ୍ଗେ

ମୁର୍ଚ୍ଛନା ମାଧୁରୀତୋଷ କରେ ମତି

ହୃଦୟ ପୀରତି ସଙ୍ଗେ।।

ଜୀବନ ଉଦ୍ୟାନେ ଫୁଟେ ପ୍ରିତି ଫୁଲ

ଋତୁରାଜ ଆଗମନେ

ଛନ୍ଦାୟୀତ ପ୍ରକୃତିର ସଂଭାର ସେ

ରୁପ ତିଲୋତ୍ତମା ପ୍ରାଣେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance