ଅମରାବତୀ
ଅମରାବତୀ
ଆର ପାରିରେ ମୋ ପ୍ରିୟାର ଗାଁ
ହସ ରେ ତାର ଫୁଟି ଯାଏ କଇଁ,,,
ସୁନ୍ଦର ତାର ଆଖିର କଜଳ
ଗଢା ହୋଇଛି ସେ ମୋରି ପାଇଁ,।।
କଥାରେ ତାର ଅମୃତ ଝରେ
ରୁପଟି ତାର ସରୁ ଚାଉଳ,,,
ଗୁଣ ଟି ତାର ଚପଳା ପରି
ମନ ଟି ତାର ତରଙ୍ଗ ମାଳ,।।
ଓଠଟି ତାର ପଦ୍ମ ପାଖୁଡ଼ା
କେଶରେ ଖୋସେ ମଲ୍ଲି,,,
ଚାଲି ଯେ ତାର ହରିଣୀ ପରି
ମହକି ଯାଏ ପଲ୍ଲୀ,।।
ନାଁ ଟି ତାର ଅମରାବତୀ
ସଦା ହୁଏ ଆତ ଜାତ,,,
ଅଜଣା ରାଇଜେରାଇଜେ ସପନ ଦେଖାଏ
ଭାବନାରେ ହୁଏ ମିତ,।।

