STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରେମ ଉପହାର

ପ୍ରେମ ଉପହାର

1 min
128


ପ୍ରେମିକା ମୋର କଣ୍ଢେଇ ବୋଲି

    ଦେଲି କଣ୍ଢେଇ ଉପହାର,

ସେ ଉପହାର ଦେଖି ଶୁଖିଗଲା

    ସୁନାନାକି ମୁହଁଟି ତା'ର।

ଭାବିଥିଲା ସିଏ ଦେବି ମୁହିଁ

    ସୁନା ଆଉ ରୁପାକୁ,

ହେଲେ ଜାଣିନାହିଁ ମୁହିଁ

    ଭଲପାଏ ତା' ସୁନା ମନକୁ।

କେତେ ଶରଧାରେ ଉପହାର

    ଦେଇଥିଲି ତାକୁ ନେଇ,

କିଏ ଜାଣିଥିଲା ସେ ମୋତେ 

    ଜମା ଭଲପାଏ ନାହିଁ।

ଏଡ଼େ ସ୍ୱାର୍ଥପର ସେ ଧନ ଲୋଭୀ,

   ବଡ଼ଘର ପୁଅକୁ ଫସାଏ ଦେଖି।

ତା'ର ମିଠା କଥାରେ ହଜି ଯାଇଥିଲି,

  ମୋର ମନ ସେ ଭାଙ୍ଗି ଦେବ ଜାଣିନଥିଲି।

ମୋ ପ୍ରେମ କାହାଣୀ ଅଧା ହୋଇ ରହିଲା,

  ପ୍ରିୟାକୁ ଉପହାର ଦେବା ବ୍ୟର୍ଥ ମୋ ହୋଇଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance