ବ୍ୟାସ କବି ଫକୀରମୋହନ
ବ୍ୟାସ କବି ଫକୀରମୋହନ
ବ୍ୟାସ କବି ତୁମେ ଫକୀର ମୋହନ
ଓଡ଼ିଆ କବିଙ୍କ ବ୍ୟାସ ଅଟହେ
ସଂକ୍ରାନ୍ତି ତିଥିରେ ଜନମିଛ ତୁମେ
ପୁଣ୍ୟ ତିଥି ପୁର୍ଣ୍ୟ ଧାମେ
ଇଂରାଜୀ ମାସର ଚଉଦ ତାରିଖ
ସଙ୍କରାନ୍ତି ତିଥି ପଡେ
ମକର ସଂକ୍ରାନ୍ତି ଆସିବା ଆଗରୁ
ତୁମ କଥା ମନେ ପଡେ
ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ
ରଖିଚ ସନ୍ତକ ସାରା ଦେଶେ
ତୁମ ଲେଖନୀରୁ ଅମୃତ ଝରିଛି
କାଗଜ ପୃଷ୍ଠାରେ କେତେ
ଧନ୍ୟ ତୁମ ମାତା ଧନ୍ୟ ତୁମ ପିତା
ଧନ୍ୟ ହୋଇଛି ଏ ରାଜ୍ୟ
ଓଡ଼ିଆ ଭାଷାର କର୍ଣ୍ଣଧାର ତୁମେ
ରଖିଲ ରାଜ୍ୟର ଟେକ
କେତେଯେ ପ୍ରବନ୍ଧ କେତେଯେ ଗଳ୍ପ
କେତେ ଏକାଙ୍କିକା ରଚି
ଓଡ଼ିଆ ହୃଦୟେ ପାଠ୍ୟ ପୁସ୍ତକରେ
ପ୍ରାଣ ଦେଇଅଛ ଭାରି
ରାଣ୍ଡିପୁଅ ଅନନ୍ତା ଛଅ ମାଣ ଆଠଗୁଣ୍ଠ
ସଞ୍ଚିତ ରହିଛି ମନେ
କ୍ଷୁଦ୍ର ଗଳ୍ପ ଏକାଙ୍କିକା ନାଟକ କ୍ଷେତ୍ରରେ
ଯୁଗ ଆରମ୍ଭିଲ ତୁମେ
ଜାତୀୟ ସ୍ଥରରେ ତୁମ ସୃଷ୍ଠୀସବୁ
ଅନୁଦିତ ଅନେକ ଭାଷାରେ
ତୁମ ସମ କେହି ନାହାନ୍ତି ଜଗତେ
ବ୍ୟାସ ଲାଗେ ତୁମ ନାମେ
ସଂକ୍ରାନ୍ତି ତିଥିରେ ତୁମେ ଯାଇଅଛ
ଓଡ଼ିଆ ମାଟିକୁ ଛାଡି
ଛାଡି ଯାଇଅଛ ପଦଚିହ୍ନ ସବୁ
ଓଡ଼ିଆ ହୃଦୟେ ଭରି
ଫେରିଆସ ତୁମେ ଧ୍ୟାଉଛି ଓଡ଼ିଆ
ରଚିବ ଅନେକ ସୃଷ୍ଠି
ତୁମ ସମ କେହି ଜନମି ନାହିଁ ତ
ତୁମ ଲେଖା ସମ ଲେଖି |
