Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

3  

Sanjya Tripathy

Romance

ପତ୍ନୀସ୍ମୃତିର ଫରୁଆରୁ ତୁମ ପାଇ

ପତ୍ନୀସ୍ମୃତିର ଫରୁଆରୁ ତୁମ ପାଇ

1 min
133


ପତ୍ନୀ

ସ୍ମୃତିର ଫରୁଆରୁ ତୁମ ପାଇଁ

ଆଣି ଦେଇଛି ସିଂଦୁର

ଆଶା, ସ୍ଥାନ ଦେବ ସୀମଂତରେ

ତୁମର ସେ ସୀମଂତିନୀ ରୂପ

ଅନୁସର୍ଜନ କରେ ମୋ ଦେହକୁ-ଦାହକୁ

ତୁମକୁ ପାଇବା ପାଇଁ ମୁ ପ୍ରସ୍ତୁତ ଅଛି

କରିବାକୁ ଯାବତୀୟ କୃଚ୍ଛ୍ର ସାଧନା

ତୁମେ ଆଜାନୁଲଂବିତ କେଶବଲ୍ଲରୀ

କରିଛି ପାଗଳ ମୋତେ

ସ୍ଥିତ, ଅନୁଭୂତି ଓ ଅଭିବ୍ୟକ୍ତିର

ମଧରୁ ବଂଶୀସ୍ୱନରେ

ତୁମ ଆଗମନର ପ୍ରତିଧ୍ବନି

ତୁମ ଚଲାବାଟକୁ ଚାତକ ପରି ଚାହିଁ

ମୁଁ ଚାହୁଁଅଛି ନିର୍ନିମେଷ ନୟନ ମେଲାଇ

ଏବେ ଶୁଭିଲାଣି ତୁମ ନିକ୍ସଶିତ ନୁପୁରଧ୍ଵନି

ଯେଉଁଥ ଅର୍ଦ୍ଧନିମୀଳିତ ହେଉଛି ମୋ ଆଖିପତା

ଭାନୁମତୀ ଭବିଷ୍ୟତର ପେଡିରୁ ବାହାରି ଆସେ

ତୁମ ମୋ ପ୍ରେମର ବାକି ଇତିହାସ

ଆସ ଆମେ ଆଗେଇ ନେବା

କରୋନା ନିର୍ମୂଳୀ କରଣ ଯୋଜନା

କ୍ଷୁଧା ବ୍ୟାଧ୍ ମୁକ୍ତ ବିଶ୍ବର ସଚେତନ ପରିକଳ୍ପନାରେ

ଝରି ଆସିବ ଏକ ଶାରଦୀୟ କବିତା ।



Rate this content
Log in

Similar oriya poem from Romance